Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଇକ୍‌ ସହ ଲୁଟିନେଇଥିଲେ ଟଙ୍କା, ପୋଲିସ ୫ ଜଣଙ୍କୁ ଗିରଫ କରି ତାଙ୍କଠାରୁ ନଗଦ...

ବାଇକ୍‌ ସହ ଲୁଟିନେଇଥିଲେ ଟଙ୍କା, ପୋଲିସ ୫ ଜଣଙ୍କୁ ଗିରଫ କରି ତାଙ୍କଠାରୁ ନଗଦ...

ରିଷିଡ଼ା/ମ.ରାମପୁର,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ନିକଟସ୍ଥ ଅରନଝରଣ ଘାଟିଠାରେ ୩ତାରିଖ ଶୁକ୍ରବାର ୫ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ବଗବେଡ଼ା ଗାଁର ହେମସାଗର ଦେହେରିଆ ଓ ତାଙ୍କ ସାଙ୍ଗ ମଧୁସୂଦନ ପାତ୍ର ଦୁଇ ଜଣ ପେଟ୍ରୋଲ କିଣି ନିଜ ଗାଁକୁ ବାଇକ୍‌ରେ ଫେରୁଥିବା ସମୟରେ ତାଙ୍କୁ ଅଟକାଇ ଧାରୁଆ ଅସ୍ତ୍ର ଦେଖାଇ ପ୍ରଥମେ ଆକ୍ରମଣ କରିଥିଲେ।

ପରେ ସେମାନଙ୍କ ଠାରୁ ନଗଦ ,୨୨୦୦ଟଙ୍କା (ଦୁଇ ହଜାର ଦୁଇ ସହ ଟଙ୍କା) ଲୁଟିବା ସହ ଏକ ପଲସର ମୋଟରସାଇକେଲ ଛଡ଼ାଇ ଫେରାର ମାରିଥିଲେ। ଏନେଇ ମ.ରାମପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବାବେଳେ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସମସ୍ତ ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗୀର ଜିଲା କୋଟଗାଁର ବିମଲ ଭୋଇ, ଭୋଜରାଜ ବଡ଼ମାଳି, ଦହିମାଲ ଗାଁର ରାଜେଶ ସାହୁ, ସନମ ଝଙ୍କାର, ସନତ ଭୋଇ ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ଲୁଟ ହୋଇଥିବା ପଲସର ବାଇକ ଓ ୨୨୦୦ ଟଙ୍କା( ଦୁଇହଜାର ଦୁଇ ଶହ )ଟଙ୍କା ଉଦ୍ଧାର କରାଯାଇଛି। ଏଥିସହିତ ସେମାନଙ୍କଠାରୁ ଲୁଟ୍‌ରେ ବ୍ୟବହାର କରିଥିବା ଏକ କାରଥ, ଏକ ଛୁରି ଓ ତିନୋଟି ମୋବାଇଲ ଜବତ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରିଣୀ ସଂଯୁକ୍ତା ପ୍ରଧାନ ଏବଂ ରିଷିଡ଼ା ପାଣ୍ଡି ଅଧିକାରୀ ମନୁଆ ବିଡ଼ିକା।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri