Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା'ପରେ...

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା'ପରେ...

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ପାଟଣା ଥାନା ସିଲଦା ଗ୍ରାମା ସୁଧାଂଶୁ ଶେଖର ବାରିକ(୨୩)। ଆହତ ସାଗର ମହାନ୍ତ(୨୨) ବୋଲି ଜଣାପଡ଼ିଛି।

ରବିବାର ସାରେ ୨ଜଣ ଏକ ବାଇକରେ ଢାଙ୍ଗରପଡ଼ାରୁ ଆସି ଧରଣୀଛକରୁ ଅମୃତ ବିହାରକୁ ଯାଉଥିଲେ।

ସେତିକିବେଳେ ଏକ ଟ୍ରାକ୍ଟର କରଞ୍ଜିଆ ବସ୍‌ଷ୍ଟପ ନିକଟରେ ବାଇକ୍‌କୁ ଧକ୍କା ଦେଇ ଉପରେ ଚଢି ଯାଇଥିଲା। ଫଳରେ ବାଇକ୍‌ରେ ୨ ଜଣ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ଏନେଇ ଦୀର୍ଘ ସମୟ ରାସ୍ତା ଅବରୋଧ ହୋଇ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ପୋଲିସ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ତୁରନ୍ତ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ସୁଧାଂଶୁଙ୍କୁ ମୃତ ଘୋଷଣା କରିଥିଲେ। ସାଗରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଧରଣୀଧର ମେଡିକାଲ କଲେଜର ଟ୍ରମା କେୟାର ସେଣ୍ଟର୍‌କୁ ପଠାଯାଇଛି। ପୋଲିସ ଟ୍ରାକ୍ଟର (ନଂ.ଓଡ଼ି ୦୯ ଏବି ୫୧୦୬ ) ଏବଂ ବାଇକ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଟ୍ରାକ୍ଟର ଚାଳକ ଫେରାର ଥିବା ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri