Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି...

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି...

ବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଅଭିଯୁକ୍ତ ଦୁଇଜଣ ହେଲେ ଜୟପୁର ସଦର ଥାନା ଅଧିନ ମାଳୀଗୁଡ଼ା ଗାଁର ବିଶ୍ୱନାଥ ମାଳୀ ଓ ଡୁମୁରି ଗୁଡ଼ା ଗାଁର ଗଙ୍ଗାଧର ଗଡ଼ବା।

ବଜ୍ରକାପ୍ତା ବିକ୍ରି ପାଇଁ ଯୋଜନା କରାଯାଉଛି ବୋଲି କୌଣସି ସୂତ୍ରରୁ ଖବର ପାଇ ଡିଏଫ୍‌ଓ ସୁବୁଦ୍ଧି ନବରଙ୍ଗପୁର ରେଞ୍ଜର ଗୋପୀନାଥ ସାହୁଙ୍କୁ ଜଣାଇଥିଲେ। ରେଞ୍ଜର ଓ ତାଙ୍କ ଟିମ୍‌ ନବରଙ୍ଗପୁର ବ୍ଲକ ଦଶପୁର ଗ୍ରାମ୍ୟ ଜଙ୍ଗଲ ନିକଟରେ ପହଞ୍ଚିଥିଲେ। ସେଠାରେ ଦୁଇଜଣ ବ୍ୟକ୍ତି ଏକ ବ୍ୟାଗରେ ବଜ୍ରକାପ୍ତା ଧରି ଠିଆ ହୋଇ ଅନ୍ୟମାନଙ୍କ ସହିତ ବିକ୍ରି ପାଇଁ ମୂଲଚାଲ କରୁଥିଲେ। ଏହି ସମୟରେ କିଣିବାକୁ ଆସିଥିବା ବ୍ୟକ୍ତି ଫେରାର ହୋଇଯାଇଥିଲେ। ବନ ବିଭାଗ କର୍ମଚାରୀମାନେ ବଜ୍ରକାପ୍ତା ଜବତ କରିବା ସହ ବିକ୍ରି କରିବାକୁ ଆଣିଥିବା ଦୁଇ ଜଣ ଯୁବକଙ୍କୁ ଧରି ରେଞ୍ଜରଙ୍କ କାର୍ଯ୍ୟାଳୟକୁ ଆଣିଥିଲେ। ପଚରାଉଚରା ବେଳେ ଏହାକୁ ୪ ଲକ୍ଷ ଟଙ୍କାରେ ବିକ୍ରି କରିବା ଯୋଜନା ଥିଲା ବୋଲି ଅଭିଯୁକ୍ତମାନେ କରିଥିଲେ। ଏହି ଘଟଣାରେ ବଜ୍ରକାପ୍ତା, ଦୁଇଟି ମୋଟରସାଇକଲ ଜବତ କରାଯାଇଛି ଓ ଦୁଇଜଣ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛ। ତଦନ୍ତକାରୀ ଅଧିକାରୀ ଭାବେ ଏସ୍‌ଇ୍‌ଏଫ୍‌ଓ ସୁବାସ ଚନ୍ଦ୍ର ଖୁଣ୍ଟିଆ ରହିଛନ୍ତି। ଘଟଣାର ଅଧିକ ତଦନ୍ତ ଚାଲିଛି। ଫରେଷ୍ଟର ଲକିରାମ ମାଝୀ, ଫରେଷ୍ଟଗାର୍ଡ ଲାଲୁ ବିଶୋଇ, ଭଗବାନ ଭତରା, ସୁଧୀର ପଟ୍ଟନାୟକ, ପୂଜା ସ୍ବାଇଁ, ସ୍ନିଗ୍ଧା ରାଣୀ ବେହେରା, ଗଗନ ନିଆଲ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ। ବଜ୍ରକାପ୍ତାର ସ୍ବାସ୍ଥ୍ୟ ପରୀକ୍ଷା ପରେ ଉପଯୁକ୍ତ ସୁରକ୍ଷିତ ଜଙ୍ଗଲରେ ଛଡ଼ା ଯିବ ବୋଲି ରେଞ୍ଜର ସାହୁ କହିଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri