ଟିକିରି, ୧।୫ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଗୁଗାନ ଗ୍ରାମରେ ବଜ୍ରପାତରେ ୭ ଗୋରୁଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୬ଟି ବଳଦ ଓ ଗୋଟିଏ ଗାଈର ମୃତ୍ୟ ଘଟିଛି । ଗ୍ରାମର ଅନନ୍ରାମ ମାଝୀଙ୍କ ୨ଟି ବଳଦ, ସୀତାରାମ ମାଝୀଙ୍କ ୨ଟି ବଳଦ, ଅର୍ଜୁନ ମାଝୀଙ୍କ ୨ଟି ବଳଦ ଓ କୈଳାସ ମାଝୀଙ୍କ ଗୋଟିଏ ଗାଈର ମୃତ୍ୟୁ ଘଟିଛି ।
ଗୋରୁ ହରାଇଥିବା ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଓ ଅନ୍ତର୍ଜାତିକ ମାନବାଧିକାର ରାୟଗଡ଼ା ଜିଲା ସମ୍ପାଦକ ସଦନ ମାଝି ଅନୁରୋଧ କରିଛନ୍ତି
Dharitri - Odisha's No.1 Odia Daily

