Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି...

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି...

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା ନଦୀର ଉପରମୁଣ୍ଡରେ ଆନିକଟ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଥିଲେ।

ବଂଶଧାରା ଅବବାହିକା ସୁରକ୍ଷା ସମିତିର କାର୍ଯ୍ୟକାରୀ ସଭାପତି ଅକ୍ଷୟ ଦାଶଙ୍କ ନେତୃତ୍ୱରେ ସମିତି ସଦସ୍ୟମାନେ ଓ ଏବିଭିପିର ବିଭିନ୍ନ ପଦାଧିକାରୀମାନେ ଏହି ଦାବି ଉଠାଇଥିଲେ।

ଏଥିରେ ଏବିଭିପିର ବିଭାଗ ପ୍ରମୁଖ ଉମା ଦାଶ, ପୂର୍ବତନ ଜିଲା ସଂଯୋଜକ ଭି. ସତୀଶ କୁମାର, ପୂର୍ବତନ ଯାନ୍ତ୍ରିକ ବିଭାଗ ପ୍ରମୁଖ ଚିନ୍ମୟ ପାଣିଗ୍ରାହୀ, ପୂର୍ବତନ ଜିଲା ପ୍ରମୁଖ ଆଶୁତୋଷ ବରାଳ, କାର୍ଯ୍ୟାଳୟ ସମ୍ପାଦକ ବି. ରବି କୁମାର, ବଂଶଧାରା ବିଦ୍ୟାଳୟର ଅଧ୍ୟକ୍ଷ ତଥା ନଗର ସଭାପତି ଲକ୍ଷ୍ମୀ ମାହାକୁଡ଼, ପୂର୍ବତନ ଜିଲା ସହ-ପ୍ରମୁଖ ରାଜେଶ ପାଢ଼ୀ, ଦୀପକ ପଟନାୟକ, ଦୀନେଶ ଅଧିକାରୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦେବବ୍ରତ ଆଚାର୍ଯ୍ୟ ଓ ଶିବ ପ୍ରସାଦ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

ସେମାନେ ବଂଶଧାରା ନଦୀରେ ଆନିକଟ ନିର୍ମାଣ ସମ୍ବନ୍ଧୀୟ ଦାବିପତ୍ର ସହ ଗେଜେଟ୍ ପ୍ରକାଶନର ପ୍ରତିଲିପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହାସହ ଚଳିତ ମାସରେ ରାୟଗଡା ଦୌରା ସମୟରେ ଉଠାଇଥିବା ଏହି ଦାବିକୁ ପୁନରାବୃତ୍ତି କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଅନୁଧ୍ୟାନ ଚାଲିଥିବା କହିଥିବା ସହ ଆଗାମୀଦିନରେ ଯଥୋଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସମିତି ପକ୍ଷରୁ ସୂଚନା ମିଳିଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri