Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବନ୍ୟା ସ୍ରୋତରେ ଭାସିଗଲେ: ଜଣେ ଉଦ୍ଧାର, ଜଣେ ନିଖୋଜ

ବନ୍ୟା ସ୍ରୋତରେ ଭାସିଗଲେ: ଜଣେ ଉଦ୍ଧାର, ଜଣେ ନିଖୋଜ

ଟ୍ଟାମୁଣ୍ଡାଇ୩୧।୮(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟ ଘାଇରେ ଘଟିଛି ଏକ ଦୁଃଖଦ ଘଟଣା। ବନ୍ୟା ସ୍ରୋତରେ ଦୁଇଜଣ ବ୍ୟକ୍ତି ଭାସିଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଅନ୍ୟଜଣେ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସ୍ଥାନୀୟ ବାଲିକିରା ଗ୍ରାମର ତ୍ରିଲୋଚନ ରାଉଳ(୫୫)।

ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପେଣ୍ଠପାଳ ପଞ୍ଚାୟତ ବାଲିିକିରା ଗ୍ରାମର ତ୍ରିଲୋଚନ ରାଉଳ ଏବଂ ବାଙ୍କବିହାରୀ ରାଉଳ ସୋମବାର ଅପରାହ୍ନରେ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟାପାଣି ମାଡ଼ି ଆସିବାରୁ ଧୋୟାଞ୍ଚଳର ଏକାଧିକା ସ୍ଥାନରେ ଘାଇ ସୃଷ୍ଟି ହୋଇ ଗାଁ ରାସ୍ତା ପାଣିର ବୁଡିରହିଛି।

ଏଭଳିସ୍ଥିତିରେ ଦୁହେଁ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟରେ ଥିବା ଘାଇଦେଇ ବନ୍ୟାଜଳ ପାରି ହେବାକୁ ଚେଷ୍ଟା କରୁଥିବା ବେଳେ ନିୟନ୍ତ୍ରଣ ହରାଇ ସ୍ରୋତରେ ଭାସି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକତୁରନ୍ତ ସହାୟତାର ହାତ ବଢାଇଥିଲେ। ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁ ବାଙ୍କବିହାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ହେଲେ ତ୍ରିଲୋଚନ ପ୍ରଖର ସ୍ରୋତରେ ଭାସି ଯାଇଥିଲେ।

ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗ୍ରାମବାସୀ ଓ ଉଦ୍ଧାରକାରୀ ଦଳ ନିଖୋଜ ତ୍ରିଲୋଚନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri