Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

ଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାର ତଦନ୍ତ ପାଇଁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ରାଜ୍ୟ ଭିଜିଲାନ୍ସକୁ ପତ୍ର ଲେଖିଥିଲେ । ଏହାପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି ।

ବିଭାଗୀୟ ଯନ୍ତ୍ରୀମାନେ କଟକସ୍ଥିତ ରାସ୍ତା ଓ କୋଠାବାଡ଼ି ଡିଭିଜନ କାର୍ଯ୍ୟାଳୟକୁ ଯାଇ ଦରକାରୀ ଫାଇଲ ଜବତ କରି ଖୋଳତାଡ ଆରମ୍ଭ କରିଛି। ମୂଳଦୁଆ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିବାପରେ ବିଧାୟକ ସେଠୀ ଏହି ଘଟଣାର ତଦନ୍ତ ପାଇଁ ନିଜଆଡୁ ପ୍ରସ୍ତାବ ଦେଇଥିଲେ। ଏହି ତଦନ୍ତକୁ ବିଭିନ୍ନ ଆଡୁ ପ୍ରଶଂସା କରାଯାଇଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri