Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାବପ୍ରବଣ ହୋଇ ପ୍ରଶଂସକଙ୍କୁ ଏମିତି ସରପ୍ରାଇଜ୍‌ ଦେଲେ ରୋନାଲ୍ଡୋ: ଜିତିଲେ ହୃଦୟ

ଭାବପ୍ରବଣ ହୋଇ ପ୍ରଶଂସକଙ୍କୁ ଏମିତି ସରପ୍ରାଇଜ୍‌ ଦେଲେ ରୋନାଲ୍ଡୋ: ଜିତିଲେ ହୃଦୟ

ନୂଆଦିଲ୍ଲୀ,୪।୭: ପର୍ତ୍ତୁଗାଲ ୨୦୨୬ ଫିଫା ବିଶ୍ୱକପରେ ରାଉଣ୍ଡ ଅଫ ୧୬ରେ ପହଞ୍ଚିଛି। ଏଠାରେ ସେମାନେ ସ୍ପେନ ସହିତ ମୁକାବିଲା କରିବାକୁ ଯାଉଛନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ପୂର୍ବରୁ ରାଉଣ୍ଡ ଅଫ ୩୨ରେ କ୍ରୋଏସିଆ ବିପକ୍ଷରେ ଗୋଲ ଦେଇ ଇତିହାସ ରଚିଥିଲେ। ପରବର୍ତ୍ତୀ ମ୍ୟାଚ ପୂର୍ବରୁ ରୋନାଲ୍ଡୋ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।

ଭେନେଜୁଏଲା ଭୂକମ୍ପ ପୀଡିତଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଶେୟାର କରି ଭାବପ୍ରବଣ ହୋଇପଡ଼ିଛନ୍ତି ରୋନାଲ୍ଡୋ।

ଜୁନ ୨୪ରେ ଭେନେଜୁଏଲାରେ ହୋଇଥିବା ଭୂକମ୍ପରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଥିଲେ ଏବଂ ଅନେକ ସେମାନଙ୍କ ପରିବାର ସଦସ୍ୟଙ୍କୁ ହରାଇଥିଲେ। ଏହି ଦୁଃଖଦ ଘଟଣା ନିକଟରୁ ଦେଖିଥିବା ଲୋକଙ୍କ ମଧ୍ୟରେ ଆଣ୍ଡ୍ରେସ ମିଲେସ ମଧ୍ୟ ଥିଲେ। ଛୋଟ ପିଲାଟି ଭୂକମ୍ପରେ ତାଙ୍କ ପରିବାରକୁ ହରାଇଥିଲେ। କିନ୍ତୁ ସେ ଅଳ୍ପକେ ବଞ୍ଚିଯାଇଥିଲେ। ଚିକିତ୍ସା ସମୟରେ ଡାକ୍ତରମାନଙ୍କୁ ତାଙ୍କର ଗୋଟିଏ ଗୋଡ଼ କାଟିବାକୁ ପଡିଲା। ତାଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ 'ପାନିନି ବିଶ୍ୱକପ ଷ୍ଟିକର' ପାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ରୋନାଲ୍ଡୋ ଏହା ଜାଣିବା ମାତ୍ରେ ଆଣ୍ଡ୍ରେସଙ୍କ ପାଇଁ ଏକ ସ୍ବତନ୍ତ୍ର ଭିଡିଓ ବାର୍ତ୍ତା ଶେୟାର କରିଛନ୍ତି।
ରୋନାଲ୍ଡୋ କହିଛନ୍ତି, ହ୍ୟାଲୋ ଆଣ୍ଡ୍ରେସ, ମୁଁ ତୁମକୁ ଆଲିଙ୍ଗନ ପଠାଇବା ପାଇଁ ଏହି ଭିଡିଓ ପ୍ରସ୍ତୁତ କରୁଛି। ମୁଁ ଜାଣେ ତୁମେ ମୋର ଜଣେ ସୁପରଫ୍ୟାାନ। ତୁମେ ସୁସ୍ଥ ହେବା ପରେ, ମୁଁ ତୁମକୁ ମୋର ଗୋଟିଏ ମ୍ୟାଚ ଦେଖିବାକୁ ଷ୍ଟାଡିୟମକୁ ନିମନ୍ତ୍ରଣ କରିବାକୁ ଚାହୁଁଛି। ତୁମକୁ ଭେଟି ତୁମକୁ ଆଲିଙ୍ଗନ କରିବା ସହ ଖୁସିର କଥା ହେବା।
ରିପୋର୍ଟ ଅନୁସାରେ, କ୍ରିଷ୍ଟିଆନୋ ରୋନାଲ୍ଡୋ ଆଣ୍ଡ୍ରେସଙ୍କ କାହାଣୀରେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ତାଙ୍କୁ ଏକ ହସ୍ତାକ୍ଷରିତ ପର୍ତ୍ତୁଗାଲ ଦଳର ଜର୍ସି ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ଭୂକମ୍ପ ପରେ ଆଣ୍ଡ୍ରେସ ଧ୍ୱଂସାବଶେଷ ତଳେ ଫସି ରହିଥିବା ଦେଖିବାକୁ ମିଳିଥିଲା। ଯଦିଓ ସେ ବଞ୍ଚି ଯାଇଥିଲେ, ଡାକ୍ତରମାନେ ତାଙ୍କ ଚିକିତ୍ସା ସମୟରେ ତାଙ୍କର ଗୋଟିଏ ଗୋଡ଼ କାଟିବାକୁ ବାଧ୍ୟ ହୋଇଥିଲେ। ଏହି ବିପର୍ଯ୍ୟୟରେ ପୁଅଟି ତାଙ୍କ ପରିବାରକୁ ମଧ୍ୟ ହରାଇଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri