Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ ଅତିଥିମାନେ ପତାକା ଉତ୍ତୋଳନ କରିଥିଲେ। ପରେ ଭଞ୍ଜନଗର ମେଡିକାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହାପରେ ଟାଉନ ହଲ୍ଠାରେ ଆୟୋଜିତ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ମ୍ୟୁନିସିପାଲିଟି ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଭଞ୍ଜନଗର ସହରର ବିକାଶ ଓ ନାଗରିକ ସେବାକୁ ଆହୁରି ସୁଦୃଢ଼ କରିବା ଉପରେ ମତ ରଖିଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହରର ସାମଗ୍ରିକ ବିକାଶ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ କହିଥିଲେ।

ଏହି ଅବସରରେ ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ନୀଳମାଧବ ପାତ୍ର, ଏନଏସି ଉପାଧକ୍ଷା ଶୁଭଶ୍ରୀ ଦାସ, ନିର୍ବାହୀ ଅଧିକାରୀ ମୂରଲୀ କୃଷ୍ଟ ପଣ୍ଡା, ବିଡିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମାହାର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ରର ପ୍ରାକ୍ତନ ନିର୍ଦ୍ଦେଶକ ଶାନ୍ତନୁ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସହରର ସ୍ବଚ୍ଛତା, ପରିମଳ, ରାସ୍ତାଘାଟ, ଆଲୋକୀକରଣ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ବିକାଶ ସହ ଲୋକଙ୍କୁ ଉତ୍ତମ ନାଗରିକ ସେବା ଯୋଗାଇବା ଉପରେ ବକ୍ତାମାନେ କହିଥିଲେ ।
ସୂଚନାଯୋଗ୍ୟ, ଭଞ୍ଜନଗର ମ୍ୟୁନିସିପାଲିଟିର ବଜେଟ ପରିମାଣ ଗତ କିଛି ବର୍ଷରେ ବୃଦ୍ଧି ପାଇଛି।
୨୦୨୪-୨୫ରେ ଏନଏସି ଥିବାବେଳେ ବଜେଟ ପ୍ରାୟ ୧୪ କୋଟି ଥିଲା। ୨୦୨୫-୨୬ରେ ୧୫ କୋଟି ଏବଂ ମ୍ୟୁନିସିପାଲିଟି ଘୋଷଣା ହେବାପରେ ୨୦୨୬-୨୭ରେ ପ୍ରାୟ ୨୫ କୋଟି ଟଙ୍କାର ବଜେଟ ରହିଥିବା ଜଣାପଡ଼ିଛି। ସହରର ବିକାଶ ସହ ନିଜସ୍ବ ରାଜସ୍ବ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଅନ୍ୟପକ୍ଷରେ, ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପାଇଁ ପ୍ରାୟ ୫ ଏକର ଜମି ଆବଶ୍ୟକ ରହିଛି। ମ୍ୟୁନିସିପାଲିଟି ଘୋଷଣା ପରେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଏକ କୋଟି ଅନୁଦାନ ଦେଇଛନ୍ତି। ଏଥିସହ ସହରର ଅନେକ ଉନ୍ନତିକରଣ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେବ ବୋଲି ଅତିଥି ମାନେ କହିଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri