Dailyhunt
ଭଞ୍ଜନଗରରେ ପେଟ୍ରୋଲ ଅଭାବ: ଚିନ୍ତାରେ ଲୋକେ

ଭଞ୍ଜନଗରରେ ପେଟ୍ରୋଲ ଅଭାବ: ଚିନ୍ତାରେ ଲୋକେ

ଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟର ନିର୍ବାଚନ ବୁଧବାର ସରିଛି। ଏହାପରେ ଦେଶରେ ପେଟ୍ରୋଲ ଦର ବଢ଼ିବ ବୋଲି ଲୋକଙ୍କ ମନରେ ଆଶଙ୍କା ରହିଛି। ଏହିଭଳି ପରିସ୍ଥିତିରେ ଗୁରୁବାର ଭଞ୍ଜନଗର ସହରର ସର୍ବ ପୁରାତନ ଏବଂ ମୁଖ୍ୟ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ନାହିଁ। ଏଥିସହ ଅଞ୍ଚଳର ଆଉ କିଛି ପେଟ୍ରୋଲ ଟାଙ୍କିରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି।

ତେଣୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସନ୍ଧ୍ୟା ସୁଦ୍ଧା ପେଟ୍ରୋଲ ଆସିବ ବୋଲି ଟାଙ୍କିରେ ନିୟୋଜିତ ଥିବା କର୍ମଚାରୀମାନେ ତାହା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ସହରତଳିରେ ଥିବା କିଛି ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଇବା ପାଇଁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଅନ୍ୟପକ୍ଷରେ ସହର ଏବଂ ସହରତଳି ଅଞ୍ଚଳରେ ଥିବା ଅଧିକାଂଶ ପେଟ୍ରୋଲ ଟାଙ୍କିରେ ମାଗଣା ପମ୍ପ ମିଳୁନାହିଁ। ପମ୍ପ ଘରେ ତାଲା ପଡ଼ିଛି। ଶୌଚାଳୟ ଗୁଡ଼ିକ ଠିକ ଭାବେ ସଫା ହେଉ ନାହିଁ। କେବଳ ପାଣି ଟୋପାଏ ମିଳୁଛି। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri