Dailyhunt
ଭାଜପାର କାଲିତା ମାଝୀ: ଘରୋଇ ସହାୟିକାରୁ ବିଧାୟିକା

ଭାଜପାର କାଲିତା ମାଝୀ: ଘରୋଇ ସହାୟିକାରୁ ବିଧାୟିକା

କୋଲକାତା,୬ା୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଔସଗ୍ରାମ ଆସନରୁ ଭାଜପା ପ୍ରାର୍ଥୀ କାଲିତା ମାଝୀ ବିଜୟୀ ହୋଇଛନ୍ତି। ଏହା ସବୁଠୁ ଚର୍ଚ୍ଚିତ ବ୍ୟକ୍ତିଗତ ବିଜୟ ମଧ୍ୟରୁ ଅନ୍ୟତମ। କାଲିତା ଘରୋଇ ସହାୟିକା ଭାବେ କାମ କରି ମାସକୁ ୨,୫୦୦ ଟଙ୍କା ରୋଜଗାର କରୁଥିଲେ। ଏବେ ସେ ବିଧାୟିକା। ସେ ୧,୦୭,୬୯୨ ଭୋଟି ପାଇଥିବାବେଳେ ଶ୍ୟାମା ପ୍ରସନ୍ନ ଲୋହାରଙ୍କୁ ୧୨,୫୩୫ ଭୋଟ ବ୍ୟବଧାନରେ ହରାଇଛନ୍ତି।

ଗୁସ୍କରା ମ୍ୟୁନିସିପାଲିଟି ବାସିନ୍ଦା କାଲିତା ରାଜନୀତିକୁ ଆସିବା ପୂର୍ବରୁ ୪ ଜଣଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ। ତୃଣମୂଳ ସ୍ତରରୁ ଆସି ସେ ଭାଜପାରୁ ପ୍ରାର୍ଥୀ ହୋଇଥିବାରୁ ଏହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏବେ ତାଙ୍କ ବିଜୟ ନିର୍ବାଚନୀ ରାଜନୀତି ଜରିଆରେ ସାମାଜିକ-ଅର୍ଥନୈତିକ ଗତିଶୀଳତାର ବିରଳ ଦୃଷ୍ଟାନ୍ତ ଛିଡ଼ାକରିଛି। ୨୦୨୧ରେ ସେ ବିଧାନସଭା ନିର୍ବାଚନ ଲଢ଼ି ଟିଏମ୍‌ସି ପ୍ରାର୍ଥୀ ଅଭେଦାନନ୍ଦ ଥଣ୍ଡେରଙ୍କଠାରୁ ହାରିଯାଇଥିଲେ।

Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri