Saturday, 23 Jan, 1.14 pm ଧରିତ୍ରୀ

ଅନ୍ତର୍ଜାତୀୟ
ଭାରତ ସଚ୍ଚୋଟ ବନ୍ଧୁ: ଆମେରିକା

ୱାଶିଂଟନ,୨୩ ।୧: ଭାରତକୁ ଏବେ ପ୍ରଶଂସା କରିଛି ଆମେରିକା । କୋଭିଡ ମହାମାରୀଠାରୁ ଦୂରେଇ ରହିବାକୁ ଭାରତ ଏବେ ବିଭିନ୍ନ ଦେଶକୁ କରୋନା ଟିକା ଯୋଗାଇ ଦେଉଛି । ଏହାକୁ ଦେଖିବା ପରେ ଆମେରିକା କହିଛି ଭାରତ ଏକ ସଚ୍ଚୋଟ ବନ୍ଧୁ । ବିଶ୍ୱକୁ ସାହାଯ୍ୟ କରିବାକୁ ଭାରତ ଏବେ ତା'ର ଔଷଧିୟ କ୍ଷେତ୍ରକୁ ବ୍ୟବହାର କରୁଛି । ଭାରତର ସ୍ୱେଦେଶୀ ଭ୍ୟାକ୍ସିନ ଏବେ ଭୁଟାନ, ମାଲଦିପ, ନେପାଳ, ବାଂଲାଦେଶ, ମୋରିସସ ଆଦି ଦେଶକୁ ସାହାଯ୍ୟ ଆକାରରେ ପଠାଇ ସାରିଛି । ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ଦେଶ ଭାରତକୁ କୋଭିଡ ଭ୍ୟାକ୍ସିନ ସହାୟତା ମାଗିଥିବା ବେଳେ ଭାରତ ବି ଏଥିରେ ଅରାଜି ହୋଇନି । ତେଣୁ ଭାରତକୁ ଏବେ ବିଶ୍ୱର ଫାର୍ମାସି ବୋଲି କୁହାଯାଉଛି ଯାହା ସାରା ବିଶ୍ୱରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନର ୬୦ ପ୍ରତିଶତ ଭାରତରେ ପ୍ରସ୍ତୁତ କରାଯାଉଛି । ଏମିତିକି ଶତ୍ରୁ ରାଷ୍ଟ୍ରକୁ ବି ଭ୍ୟାକ୍ସିନ ଦେବାରେ ଭାରତର କିଛି ଆପତ୍ତି ନାହିଁ ବୋଲି ଜଣାପଡିଛି । ତେଣୁ ଆମେରିକା କହିଛି ଭାରତ ଏକ ସଚ୍ଚା ବନ୍ଧୁ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Dharitri
Top