Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାରତରେ ଜଳ ସଙ୍କଟ ବଢ଼ିବ: ଜାଣନ୍ତୁ କାରଣ କ'ଣ...

ଭାରତରେ ଜଳ ସଙ୍କଟ ବଢ଼ିବ: ଜାଣନ୍ତୁ କାରଣ କ'ଣ...

ନୂଆଦିଲ୍ଲୀ,୩୦ା୪: ଭାରତରେ ଇନ୍ଧନ ସଙ୍କଟ ଦୂର କରିବାକୁ ଯାଇ ୮୦% ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ କରାଯାଉଥିବାବେଳେ ଆଗାମୀ ଦିନରେ ୧୫% ପେଟ୍ରୋଲରେ ୮୫% ଇଥାନଲ ମିଶ୍ରଣ କରିବାକୁ ସରକାର ଯୋଜନା କରୁଛନ୍ତି। ଅଧିକ ଇଥାନଲ ମିଶ୍ରିତ ଇନ୍ଧନ ବ୍ୟବହାର ପାଇଁ ସରକାର ମୋଟରଯାନ ଆଇନ ସଂଶୋଧନ ଆଣିବାକୁ ପ୍ରସ୍ତାବ ରଖିଛନ୍ତି। ଏହାକୁ ସରକାର ସ୍ବଚ୍ଛ ଇନ୍ଧନ ବୋଲି ଦାବି କରୁଥିବାବେଳେ ଏହା ଦେଶର ଜଳ ସଙ୍କଟକୁ ଉତ୍କଟ କରିବା ଆଶଙ୍କା କରାଯାଉଛି।

କାରଣ ଇଥାନଲ ପାଇଁ ଅଧିକାଂଶ କଞ୍ଚାମାଲ୍‌ ଯଥା ଆଖୁ ଓ ମକା ବଢ଼ିବା ପାଇଁ ଅଧିକ ଜଳ ଦରକାର କରିଥାନ୍ତି। ପ୍ରକ୍ରିୟାକରଣରେ ମଧ୍ୟ ଅଧିକ ଜଳ ଆବଶ୍ୟକ ହୋଇଥାଏ ବୋଲି ଆଇପିସିସି ଲେଖକ ଅଞ୍ଜଲ ପ୍ରକାଶ କହିଛନ୍ତି। ୨୦୨୪-୨୫ରେ ଇଥାନଲ ଉତ୍ପାଦନ ପାଇଁ ସରକାର ୫୨ ଲକ୍ଷ ଟନ୍‌ ଚାଉଳ ମଞ୍ଜୁର କରିଥିବାବେଳେ ୨୦୨୫-୨୬ ବର୍ଷରେ ଏଥିପାଇଁ ୯୦ ଲକ୍ଷ ଟନ୍‌ ଟାର୍ଗେଟ ରଖାଯାଇଥିଲା। ଆକଳନ ଅନୁଯାୟୀ, ଚାଉଳରୁ ୧ ଲିଟର ଇଥାନଲ ଉତ୍ପାଦନ ପାଇଁ ୧୦,୭୯୦ ଲିଟର ଜଳ ଆବଶ୍ୟକ ବୋଲି ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ର ୨୦୨୪ରେ ଦିଲ୍ଲୀରେ ଏକ ବୈଶ୍ୱିକ ସମ୍ମିଳନୀରେ ରଖିଥିବା ତଥ୍ୟରୁ ଜଣାପଡ଼ିଛି। ସେହିପରି ମକାରୁ ଇଥାନଲ ପ୍ରସ୍ତୁତି ପାଇଁ ୪,୬୭୦ ଲିଟର ଏବଂ ଆଖୁରୁ ୧ ଲିଟର ଇଥାନଲ ପ୍ରସ୍ତୁତିରେ ୩,୬୩୦ ଲିଟର ଜଳ ଆବଶ୍ୟକ ପଡ଼ିଥାଏ। ୧ ଟନ୍‌ ଚାଉଳରୁ ୪୭୦ ଲିଟର ଇଥାନଲ ଉତ୍ପାଦନ ହୋଇଥାଏ। ଇଥାନଲ ମିଲ୍‌ରୁ ପ୍ରଚୁର ବର୍ଜ୍ୟଜଳ ବାହାରିଥାଏ, ଯାହାକୁ ଉପଯୁକ୍ତ ଭାବେ ଟ୍ରିଟ୍‌ମେଣ୍ଟ ନ କଲେ ଭୂତଳ ଜଳ ପ୍ରଦୂଷିତ ହୋଇପାରେ ବୋଲି ପ୍ରକାଶ କହିଛନ୍ତି।

Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri