Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଦ୍ୟାଳୟ ଭିତରେ ପଶିଲା ପାଣି, ପିଲା ପାଠ ପଢ଼ିବାରେ ବ୍ୟାହତ

ବିଦ୍ୟାଳୟ ଭିତରେ ପଶିଲା ପାଣି, ପିଲା ପାଠ ପଢ଼ିବାରେ ବ୍ୟାହତ

ର୍ଲାମୁଣ୍ଡା,୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ବାଞ୍ଜିପଦର୍‌ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ଶୁକ୍ରବାର, ଶନିବାର ଓ ରବିବାର ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ ଗାଁ ପାଣି ବିଦ୍ୟାଳୟ ଭିତରକୁ ପଶି ଆସିଥିବା ଜଣାପଡ଼ିଛି।

ପ୍ରତି ବର୍ଷ ବର୍ଷା ସମୟରେ ଏହି ବିଦ୍ୟାଳୟ ଜଳ ଘେରରେ ରହୁଥିବାବେଳେ ସମାଧାନ ଦିଗରେ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଉ ନ ଅଭିଯୋଗ ହେଉଛି। ଏନେଇ ଦାୟିତ୍ୱ ଥିବା ରେଗଡ଼ା ସିଆରସିସି ପ୍ରଭାରଞ୍ଜନ ବନ୍‌ଛୋରଙ୍କୁ ପଚାରିବାରୁ ମୁଁ ଏହି ବିଦ୍ୟାଳୟ ସମସ୍ୟାକୁ ବ୍ଲକ ଶିକ୍ଷା ବିଭାଗକୁ ଜଣାଇଛି, ସମାଧାନ ପାଇଁ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନ ହେଇ ପାରୁନାହିଁ ବୋଲି କହିଛନ୍ତି। ଏଣୁ ଏଦିଗରେ ଜିଲା ପ୍ରଶାସନର ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି।
ସୂଚନାଯୋଗ୍ୟ, ଶୁକ୍ରବାର ଶନିବାର ରବିବାର ସୁଦ୍ଧା ୧୯୦ ମି. ବର୍ଷା ରେକର୍ଡ ହୋଇଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri