Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଶନିବାର ପୂର୍ବାହ୍ନରେ ରାସ୍ତାରୋକୋ କରିଥିଲେ।

ସୂଚନାନୁଯାୟୀ, ଶୁକ୍ରବାର ରାତିରେ ବିଦେଇପୁର ଅଞ୍ଚଳର ୭ର ୮ ଜଣ ଯୁବକ ୩୩ କେଭି ବିଦ୍ୟୁତତାରକୁ କାଟିବାବେଳେ ଗ୍ରାମବାସୀ ଦୁଇ ଜଣଙ୍କୁ କାବୁ କରି କସିଆ ପୋଲିସକୁ ହସ୍ତାନ୍ତର କରିଥିଲେ।

ପୋଲିସ ଗ୍ରାମବାସୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଚୋରି ଅଭିଯୁକ୍ତଙ୍କୁ ରାତିରେ ଛାଡ଼ି ଦେଇଥିଲେ, ଯାହାକୁ ନେଇ ଗ୍ରାମବାସୀ ରାସ୍ତାରୋକୋ କରିଥିଲେ। ଖବର ପାଇ କସିଆ ସାମୁଦ୍ରିକ ଥାନାଧିକାରିଣୀ ସୁଜାତା ଖମାରି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ଅଟକ ଯୁବକ ଦୁଇ ଜଣଙ୍କୁ ଛାଡ଼ି ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri