Dailyhunt
ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା'ପରେ...

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା'ପରେ...

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଆହତ ହୋଇଛନ୍ତି। ମୃତ ଚାଳକ ହେଲେ କାଦୋପାଏନ ଗ୍ରାମର ଦିଲୀପ ଟପ୍ପୋ(୨୫)।

ଏନେଇ ତଳସରା ଥାନା ପୋଲିସ ଏକ ମାମଲା ରୁଜୁ କରିଛି।

ପୋଲିସ ସୂଚନା ଅନୁଯାୟୀ, ଦିଲୀପ ଟ୍ରାକ୍ଟରରେ ହଳ କରି ଫେରୁଥିଲେ। ସେତିକିବେଳେ ଟ୍ରାକ୍ଟର ଭାରସାମ୍ୟ ହରାଇ ଏକ ବିଜୁଳି ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଦିଲୀପଙ୍କ ମୃତ୍ୟୁ ଘଟିଥିଲା। ଆହତ ମହିଳା ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri