Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ...

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ...

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ପ୍ରତିଭାବାନ ଗାୟିକାଙ୍କ ନିଧନ ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ତୀଜନ ବାଈଙ୍କୁ ଏକାଧିକ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ତାଙ୍କ ବିୟୋଗରେ ସଙ୍ଗୀତ ଜଗତକୁ ଏକ ବଡ଼ ଧକ୍କା ଲାଗିଛି।

ଛତିଶଗଡ଼ର ଲୋକକଳା ଏବଂ 'ପଣ୍ଡବାଣୀ' (Pandwani) ଗାୟନକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ତୀଜନ ବାଈ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ରାୟପୁର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳ ପ୍ରାୟ ୩ଟା ୧୫ ମିନିଟ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତୀଜନ ବାଈଙ୍କ ଅପୂର୍ବ କଳା ନୈପୁଣ୍ୟ ପାଇଁ ଭାରତ ସରକାର ତାଙ୍କୁ ୧୯୮୮ ମସିହାରେ 'ପଦ୍ମଶ୍ରୀ' ଉପାଧିରେ ଭୂଷିତ କରିଥିଲେ। ଏହାପରେ ୨୦୦୩ରେ ତାଙ୍କୁ 'ପଦ୍ମଭୂଷଣ' ଏବଂ ୨୦୧୯ରେ 'ପଦ୍ମବିଭୂଷଣ' ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ କଣ୍ଠସ୍ୱରର ଯାଦୁରେ ସମସ୍ତେ ବିମୋହିତ ହୋଇଯାଉଥିଲେ ଏବଂ ଏହି କାରଣରୁ ତାଙ୍କୁ ୩ ଥର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଥିଲା।

ତୀଜନ ବାଈଙ୍କ ଜନ୍ମ ଭିଲାଇର ଗନିୟାରୀ ଗାଁରେ ହୋଇଥିଲା। ବିଭିନ୍ନ ରିପୋର୍ଟ ଅନୁଯାୟୀ, ମାତ୍ର ୧୩ ବର୍ଷ ବୟସରେ ସେ ଜୀବନର ପ୍ରଥମ ଗୀତ ଗାଇଥିଲେ। ସେହି ସମୟରେ ଏହି ଗୀତ ପାଇଁ ତାଙ୍କୁ ପୁରସ୍କାର ସ୍ୱରୂପ ୧୦ ଟଙ୍କା ମିଳିଥିଲା, ଯାହାର ମୂଲ୍ୟ ସେହି ଜମାନାରେ ବହୁତ ଅଧିକ ଥିଲା।

ତୀଜନ ବାଈ ଥିଲେ ପ୍ରଥମ ମହିଳା ଯିଏ ଜଣେ ନାରୀ ହୋଇ ମଧ୍ୟ ପଣ୍ଡବାଣୀ ଗାନ କରିଥିଲେ। ବାସ୍ତବରେ ସେହି ସମୟରେ କେବଳ ପୁରୁଷମାନେ ଏହା ଗାଉଥିଲେ ଏବଂ ମହିଳାମାନେ ବସି କେବଳ 'ବେଦାମତୀ' ଶୈଳୀର ଗୀତ ଗାଉଥିଲେ। ହେଲେ ତୀଜନ ବାଈ ପ୍ରଚଳିତ ପରମ୍ପରାରୁ ହଟି କିଛି ନୂଆ କରି ଦେଖାଇଥିଲେ। ସେ ଠିଆ ହୋଇ ଦୁଇ ହାତରେ ବାଦ୍ୟଯନ୍ତ୍ର ଧରି ଜୀବନ୍ତ ଶୈଳୀରେ ପଣ୍ଡବାଣୀ ଗାଇବା ଆରମ୍ଭ କରିଥିଲେ, ଯାହା ପରେ ସାରା ଦୁନିଆକୁ ମନ୍ତ୍ରମୁଗ୍ଧ କରିଦେଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri