Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
'ବ୍ରହ୍ମାସ୍ତ୍ର' ପୂର୍ବରୁ ଏହି ପ୍ରୋଜେକ୍ଟରେ ନଜର ଆସିବେ ଆଲିଆ-ରଣବୀର

'ବ୍ରହ୍ମାସ୍ତ୍ର' ପୂର୍ବରୁ ଏହି ପ୍ରୋଜେକ୍ଟରେ ନଜର ଆସିବେ ଆଲିଆ-ରଣବୀର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ନଜର ଆସିବେ। ମାତ୍ର ଏହି ଫିଲ୍ମ ପୂର୍ବରୁ ତାଙ୍କୁ ଏକ ଚିପ୍ସ କମ୍ପାନୀର ବିଜ୍ଞାପନରେ ଦେଖିବାକୁ ମିଳିଛି। ଦୁଇଜଣ ଏକ ଇ-ରିକ୍ସାରେ ସାମ୍ନାସାମ୍ନି ବସିଥିବା ନଜର ଆସିଛନ୍ତି। ତାଙ୍କ ସହିତ ଅନ୍ୟ କଳାକାରମାନେ ମଧ୍ୟ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେମାନେ ଖୁବ୍‌ ଖୁସି ଜଣାପଡୁଛନ୍ତି। ଆଲିଆ ଏକ ଗ୍ରୀନ୍‌ ଏବଂ ପିଙ୍କ୍‌ କଲରର ଡ୍ରେସ ପିନ୍ଧିଥିବା ବେଳେ ରଣବୀର ଧଳାରଙ୍ଗର ଟି-ଶର୍ଟ ପିନ୍ଧିଛନ୍ତି। ଏହି ଯୋଡ଼ିଙ୍କ ଫଟୋକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି।
ଦୀର୍ଘଦିନ ଧରି ଦୁହେଁ ରିଲେସନଶିପ୍‌ରେ ରହି ଆସୁଛନ୍ତି। ଉଭୟଙ୍କ ପରିବାର ବିବାହ ପାଇଁ ରାଜି ଅଛନ୍ତି। ରଣବୀର ସୋସିଆଲ ମିଡିଆଠାରୁ ଦୂରେଇ ଯାଇଥିବା ବେଳେ ଆଲିଆ ଆକ୍ଟିଭ ଥାଇ ମଧ୍ୟ କୌଣସି ଫଟୋ ରଣବୀରଙ୍କ ସହ ଶେୟାର କରନ୍ତି ନାହିଁ।

କୁହାଯାଉଛି, ଏହି ବର୍ଷ ଦୁଇଜଣ ଯାକ ବିବାହ ବନ୍ଧନରେ ବାନ୍ଧିହେବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri