Wednesday, 08 Jul, 4.13 pm ଧରିତ୍ରୀ

ହୋମ
ଚାଇନାର ଧମକ: ଏହା ଆରମ୍ଭ ମାତ୍ର, ଆହୁରି କରୋନା କ୍ଷତି ସହିବ ବିଶ୍ୱ

ବେଜିଂ,୮।୭: ଆମେରିକାର ଚାପ ପଡିବା ସତ୍ତ୍ୱେ ଚାଇନା ସାରା ବିଶ୍ୱକୁ ପୁଣି ଧମକ ଦେଇଛନ୍ତି। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଚାଇନା ସରକାରଙ୍କ ନିୟନ୍ତ୍ରଣାଧୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ମଙ୍ଗଳବାର ଲେଖାଯାଇଥିବା ସମ୍ପାଦକୀୟରେ ଲେଖାଯାଇଛି, ଆମେରିକା ଅନ୍ୟ ଦେଶଗୁଡିକ ସହ ମିଶି ଚାଇନା ବିରୋଧରେ ଉସ୍‌କାଉଛି ଏବଂ ନିଜ ପକ୍ଷକୁ ଆଣୁଛି। ଆମେରିକା ନିଜ ପ୍ରଭାବ ବଢାଇବାକୁ ଚେଷ୍ଟା କରୁଛି। ଏହାର ପ୍ରତିକୂଳ ପଭାବ ପଡିବ। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ଏବେ ଆରମ୍ଭ ମାତ୍ର ବୋଲି ଚାଇନା ଧମକ ଦେଇଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Dharitri
Top