Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚଳନ୍ତା କୋଇଲା ଟ୍ରେନରେ ନିଆଁ

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା ବେଳେ କେସିଙ୍ଗା ଷ୍ଟେଶନ ନିକଟରେ ପ୍ରାୟ ୭ରୁ ୮ଟି କୋଇଲା ବୋଝେଇ ବଗିରେ ନିଆଁ ଜଳୁଥିବା ଲୋକମାନେ ଦେଖିଥିଲେ।

ଟ୍ରେନଟି ଟିଟିଲାଗଡ଼ ଷ୍ଟେଶନ ଅଭିମୁଖେ ଯାଉଥିବା ସମୟରେ ଏହି ବଗିଗୁଡ଼ିକରେ କୋଇଲା ଜଳୁଥିବା ଦୃଶ୍ୟ ସ୍ପଷ୍ଟ ଦେଖିବାକୁ ମିଳିଥିଲା।

କେସିଙ୍ଗା ଷ୍ଟେସନ ଅତିକ୍ରମ କରୁଥିବା ବେଳେ କେହି ଏହାର ଭିଡିଓ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ। ଭିଡିଓଟି ଦୂରରୁ ଧାରଣ କରାଯାଇଥିବା ଜଣାପଡ଼ିଛି।

କେସିଙ୍ଗା ଷ୍ଟେଶନ କର୍ତ୍ତୃପକ୍ଷ ନିଆଁ ଲାଗିଥିବା କଥା ସ୍ୱୀକାର କରିଛନ୍ତି। ପରେ ଟ୍ରେନଟିକୁ ଟିଟିଲାଗଡ଼ ଷ୍ଟେଶନରେ ଅଟକାଯାଇଥିବା ବେଳେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପ୍ରାଥମିକ ତଦନ୍ତରୁ ବିଜୁଳି ପଡ଼ିଥିବାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri