Dailyhunt
ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା...

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା...

ତ୍ରପୁର,୮।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଜଗନ୍ନାଥପୁର ଗ୍ରାମର ଉଷାରାଣି ସାହୁ(୫୨) ।

ପ୍ରାପ୍ତ ସୂଚନା ଅନୁସାରେ ଟାଟା ଏସିଇ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ଚାଲିଚାଲି ଆସୁଥିବା ମହିଳାଙ୍କୁ ଧକ୍କା ଦେଇଥିଲା।

ଗୁରୁତର ଅବସ୍ଥାରେ ମହିଳାଙ୍କୁ ବ୍ରହ୍ମପୁର ନିଆଯାଇଥିଲା। ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଥିଲା। ଦୃର୍ଘଟଣା ଘଟାଇଥିବା ଗାଡିକୁ ପୁଲିସ ଜବତ କରିବା ସହ ୧୧୯/୨୬ ମାମଲା ରୁଜୁ କରିବା ସହ ଗାଡି ଚାଳକ ସମୀର କୁମାର ବେହେରାଙ୍କୁ ଗିରଫ କରାଯାଇଥିବା ପୋଲିସ ଏସ୍‌ଆଇ ଅଭିଜିତ ସାମଲ ସୂଚନା ଦେଇଛନ୍ତି ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri