Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚମକାଇଲା BCCIର ନିଷ୍ପତ୍ତି: ଆଫଗାନିସ୍ତାନ ସିରିଜ୍‌ରୁ ୮ ଷ୍ଟାର୍‌ ଖେଳାଳି ଆଉଟ୍‌, ପଛରେ ରହିଛି ଏହି ବଡ଼ କାରଣ!

ଚମକାଇଲା BCCIର ନିଷ୍ପତ୍ତି: ଆଫଗାନିସ୍ତାନ ସିରିଜ୍‌ରୁ ୮ ଷ୍ଟାର୍‌ ଖେଳାଳି ଆଉଟ୍‌, ପଛରେ ରହିଛି ଏହି ବଡ଼ କାରଣ!

ନୂଆଦିଲ୍ଲୀ,୨।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସେପ୍ଟେମ୍ବର ୧ରେ ବିସିସିଆଇ ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଦଳକୁ ସଞ୍ଜୁ ସାମସନ, ଜସପ୍ରୀତ ବୁମରାଙ୍କ ସମେତ ଅନେକ ଷ୍ଟାର୍‌ ଖେଳାଳି ଫେରିଥିବା ବେଳେ ୮ ଜଣ ଖେଳାଳିଙ୍କୁ ଦଳରୁ ବାଦ୍‌ ଦିଆଯାଇଛି।

ଏହି ୮ ଜଣ ଖେଳାଳି ନିକଟରେ ଜିମ୍ବାୱେ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜରେ ଭାରତୀୟ ଦଳର ଅଂଶ ଥିଲେ।

ତେବେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ସିନିୟର ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ହେବାରୁ ଏହି ଯୁବ ଖେଳାଳିମାନଙ୍କୁ ସ୍ଥାନ ମିଳିନାହିଁ।

ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ଦଳରେ ଥିବା ମୟଙ୍କ ଯାଦବ, ପ୍ରିନ୍ସ ଯାଦବ, ୟଶ ଠାକୁର ଓ ଅଶୋକ ଶର୍ମାଙ୍କୁ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ବାଦ୍‌ ଦିଆଯାଇଛି। ଏହା ସହ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଡଗେ ଓ ହର୍ଷ ଦୁବେଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ।

ଅନ୍ୟପକ୍ଷରେ ଉଇକେଟ୍‌କିପର-ବ୍ୟାଟର ପ୍ରଭସିମରନ ସିଂହ ଏବଂ ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହ ମଧ୍ୟ ଦଳରୁ ବାଦ୍‌ ପଡ଼ିଛନ୍ତି। ରିଙ୍କୁଙ୍କୁ ଦଳରେ ସ୍ଥାନ ନମିଳିବା ସବୁଠାରୁ ଚର୍ଚ୍ଚିତ ନିଷ୍ପତ୍ତି ହୋଇଛି, କାରଣ ସେ ଦୀର୍ଘ ସମୟ ଧରି ଭାରତୀୟ ଟି-୨୦ ଦଳର ନିୟମିତ ସଦସ୍ୟ ରହିଆସିଥିଲେ।

ଜିମ୍ବାୱେ ବିପକ୍ଷ ସିରିଜ ସମୟରେ ଅନେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। କିଛି ଖେଳାଳି ଆହତ ଥିବାରୁ ମଧ୍ୟ ଦଳରୁ ବାହାରେ ଥିଲେ। ଏବେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ସେମାନଙ୍କ ମଧ୍ୟରୁ ଅନେକଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି।

ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ଦଳକୁ ଫେରିଛନ୍ତି। ସ୍ପିନ ବିଭାଗରେ ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଏହା ସହ ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର ଓ ନୀତୀଶ କୁମାର ରେଡ୍ଡୀ ମଧ୍ୟ ଭାରତୀୟ ଦଳରେ ସାମିଲ ହୋଇଛନ୍ତି।

ଏହି ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଆୟୋଜକ ଦଳ ଭାବେ ଖେଳିବ। ସିରିଜର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୫ରେ ଖେଳାଯିବ। ଏହା ପରେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ ଯଥାକ୍ରମେ ସେପ୍ଟେମ୍ବର ୧୫ ଓ ୧୭ରେ ଖେଳାଯିବ ବୋଲି ଦିଆଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ।

ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା (ଉପଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ (ଉଇକେଟ୍‌କିପର), ଈଶାନ କିଶନ (ଉଇକେଟ୍‌କିପର), ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ ଓ ହର୍ଷିତ ରାଣା।


Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri