Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚାଷୀ ଆନ୍ଦୋଳନରୁ ଅଲଗା ହେଲେ ଦୁଇ ପ୍ରମୁଖ ସଂଗଠନ

ଚାଷୀ ଆନ୍ଦୋଳନରୁ ଅଲଗା ହେଲେ ଦୁଇ ପ୍ରମୁଖ ସଂଗଠନ

ନୂଆଦିଲ୍ଲୀ,୨୭ା୧- ଦେଶର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଯୋଗୁ ଚାଷୀ ଆନ୍ଦୋଳନରୁ ଅଲଗା ହୋଇଛନ୍ତି ଦୁଇ ପ୍ରମୁଖ ସଂଗଠନ। ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନ (ବିକେୟୁ) ବୁଧବାର ଚାଷୀ ଆନ୍ଦୋଳନରୁ ଓହରି ଯାଇଥିବା ଘୋଷଣା କରିଛନ୍ତି।

ହିଂସାର ନିନ୍ଦା କରି ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନର ନେତା ଭିଏମ୍‌ ସିଂ କହିଛନ୍ତି, ଆନ୍ଦୋଳନ ଜାରି ରହିବ। କିନ୍ତୁ ଏଭଳି ନୁହେଁ। ଭିନ୍ନ ଉଦ୍ଦେଶ୍ୟ ଥିବା ସଂଗଠନ ସହ ମୁଁ ଆଗକୁ ଯାଇ ପାରିବି ନାହିଁ। ମୁଁ ସେମାନଙ୍କୁ ଶୁଭକାମନା ଦେଉଛି। ହେଲେ ରାଷ୍ଟ୍ରିୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଅଲଗା ହୋଇଯାଇଛି। ଏମ୍‌ଏସ୍‌ପିର ଆଇନଗତ ପ୍ରତିଶ୍ରୁତି ନ ମିଳିଲା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ। ଲୋକଙ୍କୁ ଶହିଦ କିମ୍ବା ମାଡ଼ ମାରିବା ଲାଗି ଆମେ ଏଠାକୁ ଆସି ନାହୁଁ।

ସେହିଭଳି ବିକେୟୁ ସଭାପତି ଠାକୁର ଭାନୁ ପ୍ରତାପ ସିଂ କହିଛନ୍ତି, ଜାତୀୟ ରାଜଧାନୀରେ ଯାହା ଘଟିଗଲା, ସେଥି ଯୋଗୁ ମୁଁ ମର୍ମାହତ। ଆମର ୫୮ ଦିନର ଆନ୍ଦୋଳନ ଶେଷ କରୁଛୁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri