Dailyhunt
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ...

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ...

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି ଛେଳି ପଶି ଖାଇଦେଇଥିଲେ। ଖବରପାଇ ଦୁର୍ଯ୍ୟ ଏବଂ ତାଙ୍କ ସ୍ତ୍ରୀ ପାରମା ରେଡ୍ଡୀ ଜମି ୁ ଆସି ସେଠାରେ ଛେଳି ଚରାଉ ଥିବା ଗୋକର୍ଣ୍ଣପୁର ଗ୍ରାମର ଦୁଇଜଣ ଯୁବକଙ୍କୁ ଗାଳି ଦେଇ ତାଗିଦ କରିଥିଲେ।

ଏଥିରେ ଉତ୍ତେଜିତ ହୋଇ ଦୁଇ ଯୁବକ ଦମ୍ପତ୍ତିଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ। ଆଖପାଖରେ ଥିବା କିଛି ଚାଷୀ ଦୌଡ଼ି ଆସି ଛଡ଼ାଛଡି କରିଥିଲେ। ପରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସିତ ହୋଇ ଫେରିବା ପରେ ଦୁର୍ଯ୍ୟ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା କହିଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri