Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଡରାଇଲାଣି କରୋନା: ରାଜଧାନୀରେ ଚିହ୍ନଟ ହେଲେ ୨୪ ନୂଆ ଆକ୍ରାନ୍ତ

ଡରାଇଲାଣି କରୋନା: ରାଜଧାନୀରେ ଚିହ୍ନଟ ହେଲେ ୨୪ ନୂଆ ଆକ୍ରାନ୍ତ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ୨୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରେ ୨୦ କ୍ୱାରାଣ୍ଟାଇନ୍‌ ଆକ୍ରାନ୍ତ ଥିବା ବେଳେ ୪ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୧୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ବିଏମ୍‌ସି ପକ୍ଷରୁ ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୯କୁ ବୃଦ୍ଧି ପାଇଛି। ଏଥି ମଧ୍ୟରୁ ୨୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୮ ସକ୍ରିୟ କେସ୍‌ ରହିଛି। ୪ଜଣଙ୍କ ମୃତ୍ୟୁ ଘଟିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri