ଖୋର୍ଦ୍ଧା ଅଫିସ,୨୩।୬: ଦିଆସିଲି କାଠିରେ ୩ ଇଞ୍ଚର ତିନି ରଥ ନିର୍ମାଣ କରି ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଗୋପୀନାଥପୁରର ଏଲ.ଇଶ୍ୱର ରାଓ ଲୋକଙ୍କ ମନ ଜିଣିପାରିଛନ୍ତି। ୩୫୦ ଦିଆସିଲି କାଠିରେ ୩ ଇଞ୍ଚର ରଥ ନିର୍ମାଣ ହୋଇଥିବା ବେଳେ ନନ୍ଦିଘୋଷ, ତାଳଧ୍ୱେଜ ଏବଂ ଦର୍ପଦଳଣରେ ତେନ୍ତୁଳି ମଞ୍ଜି ନିର୍ମିତ ଚତୁର୍ଦ୍ଧା ବିଗ୍ରହ ବିଜେ କରିଛନ୍ତି। ତିନି ରଥରେ ଏହି ମଞ୍ଜି ଦ୍ୱାରା ପ୍ରସ୍ତୁତ ଚକ ଲାଗିଛି। ତିନି ରଥ ଦେଖିବାକୁ ଶ୍ରୀକ୍ଷେତ୍ରର ଅବିକଳ ରଥ ପରି। ଏହି ରଥକୁ ଟାଣିବା ଲାଗି ବ୍ୟବସ୍ଥା ମଧ୍ୟ କରିଛି। ରଥରେ ଦୌଡି ମଧ୍ୟ ଲଗାଯାଇଛି। ଗୋପୀନାଥପୁର ରାସ୍ତାରେ ମଙ୍ଗଳବାର ଏହି ରଥ ଗଡ଼ିବ ବୋଲି ଇଶ୍ୱର ଆଶା ରଖିଛନ୍ତି। ଇଶ୍ୱରଙ୍କ କହିବା ଅନୁଯାୟୀ, ପ୍ରତି ମାସରେ ଥରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଯାଇଥାଏ। କରୋନା ଯୋଗୁ ୩ ମାସ ହେବ ମହାପ୍ରଭୁଙ୍କ ଦର୍ଶନ ମିଳିପାରି ନାହିଁ।

