Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁଇ ଗାଁରେ ପଶି କରିଥିଲେ ଚୋରି: ଧରାପଡ଼ି ଜେଲ ଗଲେ ୨ ଅଭିଯୁକ୍ତ

ଦୁଇ ଗାଁରେ ପଶି କରିଥିଲେ ଚୋରି: ଧରାପଡ଼ି ଜେଲ ଗଲେ ୨ ଅଭିଯୁକ୍ତ

ଦେବଗଡ଼,୩୦ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଗରିଆପାଲି ଓ ଦେଓଝରଣ ଗ୍ରାମରୁ ହୋଇଥିବା ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ପୋଲିସ ଗୁରୁବାର ଚୋରି ସୁନା ଅଳଙ୍କାର ସମେତ କଂସା ଓ ପିତଳ ବାସନ ସହ ଗୋଟିଏ ଛେଳି ଉଦ୍ଧାର କରିଛି। ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଦେଓଝରଣ ଗ୍ରାମର ଗଣ ମାହାର(୩୪) ଏବଂ ଗରିଆପାଲି ଗ୍ରାମର ରଞ୍ଜନ ନାୟକ (୨୮)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ, ଗତ ୨୭ ତାରିଖ ବିଳମ୍ବିତ ରାତିରେ ଗରିଆପାଲି ଗ୍ରାମର ଗିରିତାନୀ ସାହୁଙ୍କ ଘରୁ ୪ ଗ୍ରାମ ସୁନା, କଂସା ବାସନ, ଗୋଟିଏ ନୂଆ ପ୍ରେସର କୁକର ଓ ତାରପୋଲିନ ଆଦି ଚୋରି ହୋଇଥିଲା । ସେହିପରି ଦେଓଝରଣ ଗ୍ରାମର ରାଣୀ ମାହାରଙ୍କ ଘରୁ ଗୋଟିଏ ଛେଳି ଏବଂ ନଗଦ ୫ ହଜାର ଟଙ୍କା ଚୋରି ହୋଇଥିଲା । ଏନେଇ ଉଭୟେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri