Dailyhunt
ଦୁଇ ଟ୍ରକ୍‌ ମୁହାଁମୁହିଁ ପରେ ଲାଗିଲା ନିଆଁ: ଜିଅନ୍ତା ଜଳିଗଲେ ଚାଳକ

ଦୁଇ ଟ୍ରକ୍‌ ମୁହାଁମୁହିଁ ପରେ ଲାଗିଲା ନିଆଁ: ଜିଅନ୍ତା ଜଳିଗଲେ ଚାଳକ

ହେମଗିର,୩୦ା୪(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାସ୍ଥିତ ଗୋପାଳପୁର ଡିବିଏଲ କମ୍ପାନୀ ସମ୍ମୁଖରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ହେବାରୁ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକ୍‌ ଚାଳକ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ଏହିପରି ଦୁଃଖଦ ଘଟଣା ଘଟିଛି ଗୋପାଳପୁରରେ। ଗୋଟିଏ ଆଇରନ ବୋଝେଇ ଟ୍ରକ୍‌ ଓ ଓ ଅନ୍ୟ ଏକ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ଯାହାଫଳରେ ଟ୍ରକରେ ନିଆଁ ଲାଗିବା ସହିତ ଗାଡ଼ି ଦୁଇଟି ଜଳି ଯାଇଥିଲା। ଘଟଣାସ୍ଥଳରେ ହେମଗିର ପୋଲିସ ପହଞ୍ଚିଛି। ମୃତ ଡ୍ରାଇଭର ଜଣକ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଅନ୍ୟ ଜଣେ ଡ୍ରାଇଭର ଜଣକ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri