Dailyhunt
ଏଇ ଭାରତରେ

ଏଇ ଭାରତରେ

ଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାବେଳେ ବ୍ୟକ୍ତିଗତ ସ୍ତରରେ ଯେଉଁ କେତେଜଣ ଆଗକୁ ଆସିଛନ୍ତି ସେମାନଙ୍କ ମଧ୍ୟରେ ଚଞ୍ଚଳ କନଓ୍ବର ସିଂ ଅନ୍ୟତମ।

ବେଙ୍ଗାଲୁରୁ ସହର ନିକଟରେ ବନେରଘାଟରେ ତାଙ୍କ ଜନ୍ମ। ୧୨ ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ହରାଇ ପରେ ପରିବାର ଚଳାଇବା ଦାୟିତ୍ୱ ମା'ଙ୍କ ଉପରେ ରହିଥିଲା। ମା'ଙ୍କ ଦେହାନ୍ତ ପରେ ସେ ଖୁଡ଼ୀଙ୍କ ପାଖରେ ରହି ୧୦ମ ଶ୍ରେଣୀ ପାସ କରିଥିଲେ ଓ ଆର୍ଥିକ ଅଭାବ ତାଙ୍କୁ ଅଧିକ ପଢ଼ିବା ଲାଗି ସୁଯୋଗ ଦେଇ ନ ଥିଲା। ପରେ ୧୬ବର୍ଷ ବୟସରେ ଅନ୍ୟ ଘରେ କାମ କରି ମାସକୁ ୫,୦୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଥିଲେ। ୨୦୧୧ରେ ବିବାହ କରିଥିଲେ ଓ ତାଙ୍କ ସ୍ବାମୀଙ୍କ ସହଯୋଗରେ ସେ ଅଟୋ ଡ୍ରାଇଭିଂ ପ୍ରଶିକ୍ଷଣ ନେଇଥିଲେ। ପରେ କମର୍ସିଆଲ ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ। ଏବେ ସେ ଅଟୋ ଚଳାଇବା ଓ ପ୍ରଶିକ୍ଷଣ ଦେବାରେ ଦିନକୁ ୧୦-୧୨ ଘଣ୍ଟା ସମୟ ଦେଉଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri