ଭୁବନେଶ୍ୱର,୨୪।୧(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ମହିଳା ଟି୨୦ ଲିଗ୍ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଇଡ଼ିଶା ଭାଓଲେଟ୍ ୩୪ ରନରେ ଓଡ଼ିଶା ରେଡ୍କୁ ପରାସ୍ତ କରିଛି। ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଓଡ଼ିଶା ଗ୍ରୀନ୍ ୪ଟି ବଲ୍ ବାକି ରଖି ୩ ଉଇକେଟରେ ଓଡ଼ିଶା ୟେଲୋକୁ ପରାସ୍ତ କରିଛି।
ଟୁର୍ନାମେଣ୍ଟର ଏହି ତୃତୀୟ ମ୍ୟାଚ୍ରେ ଭାଓଲେଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୯.୫ ଓଭରରେ ୯୬ ରନକରି ଅଲଆଉଟ ହୋଇଥିଲା। ଦଳ ତରଫରୁ ଅଦ୍ୱିତୀ ଏସ୍ ଦେଓ ୧୮, ରଶ୍ମିତା ଚିନ୍ନାରା ୧୫, କୁନି ବଦରା ୧୪ ରନ ସଂଗ୍ରହ କରିଥିଲେ। ବୋଲିଂରେ ରେଡ୍ ତରଫରୁ ତନ୍ମୟୀ ବେହେରା, ରାଜଶ୍ରୀ ସ୍ବାଇଁ ଓ ସୋନାଲି ହେମ୍ବ୍ରମ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ୟେଲୋ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୧୧୦ ରନ ସଂଗ୍ରହ କରିଥିଲା। ଜବାବରେ ଗ୍ରୀନ୍ ୧୯.୨ ଓଭରରେ ୭ ଉଇକେଟ ହରାଇ ୧୧୧ ରନ କରି ବିଜୟୀ ହୋଇଥିଲା।

