Dailyhunt
ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ...

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ...

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର ମତ୍ୟୁ ହୋଇଥିବା ଜଣାପଡିଛି । ଗତ ପାଞ୍ଚ ବର୍ଷ ହେଲା ସ୍ତ୍ରୀ ଓ ଦୁଇ ସନ୍ତାନକୁ ଧରି କୋଇମ୍ବାଟୁରରେ ରହୁଥିଲେ। ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣ ମିଶି ସୁତା କଳରେ କାମ କରୁଥିଲ l ଗୁରୁବାର ରାତିରେ କାମରୁ ଫେରି ଗ୍ୟାସ ନଥିବାରୁ କାଠରେ ରୋଷେଇ କରି ଖାଇପିଇ ଦୁଇ ଛୁଆକୁ ଧରି ଶୋଇଥିଲେ ।

ସକାଳ ହେବାରୁ ସ୍ତ୍ରୀ ବାରମ୍ବାର ଡାକିବାରୁ ଆଉ ନିଦରୁ ଉଠି ନଥିଲେ l ପରିବାର ପକ୍ଷରୁ ବାସୁଦେବଙ୍କୁ ନିକଟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ଚହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଛେଦ ପରେ ମୃତ ଶରୀର ଗ୍ରାମକୁ ଆସୁଥିବା ଜଣାପଡିଛ। ଗତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବେଳେ ପୁଅ ପରୀକ୍ଷା ଦେବା ପାଇଁ ବାପାପୁଅ ଗ୍ରାମକୁ ଆସି ପରୀକ୍ଷା ସରିବା ପରେ କୋଇମ୍ବାଟୁର ଯାଇଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri