Dailyhunt
ଗଣମାଧ୍ୟମ, ମନୋରଞ୍ଜନରେ ଏଆଇ ବ୍ୟବହାର ପାଇଁ ୧୫,୦୦୦ ସ୍କଲାରଶିପ୍‌ ଘୋଷଣା

ଗଣମାଧ୍ୟମ, ମନୋରଞ୍ଜନରେ ଏଆଇ ବ୍ୟବହାର ପାଇଁ ୧୫,୦୦୦ ସ୍କଲାରଶିପ୍‌ ଘୋଷଣା

ନୂଆଦିଲ୍ଲୀ,୬ା୫: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ରେ ଯୁବ ପେସାଦାରମାନଙ୍କୁ ତାଲିମ ଦେବା ପାଇଁ କେନ୍ଦ୍ର ସରକର ଏକ ବଡ଼ ପଦକ୍ଷେପ ଆରମ୍ଭ କରୁଛନ୍ତି। ଗଣମାଧ୍ୟମ, ମନୋରଞ୍ଜନ, ଗେମିଂ ଏବଂ ଆନିମେଶନ ସେକ୍ଟରରେ ୧୫,୦୦୦ ସ୍କଲାରଶିପ୍‌ ପ୍ରଦାନ କରାଯିବ। ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଦକ୍ଷତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିଏଟିଭ୍‌ ଟେକ୍‌ନୋଲୋଜି (ଆଇଆଇସିଟି) ଗୁଗଲ ଏବଂ ୟୁଟ୍ୟୁବ୍‌ ସହ ମିଶି ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରିବ। ଏଥିରେ ଯୋଗଦେବାକୁ ଥିବା ଯୁବ ପେସାଦାରମାନେ ଏଆଇ ସହାୟତାରେ ସୃଜନଶୀଳ କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବେ।

Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri