Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି: ନଦୀ ତଟବର୍ତ୍ତିି ଗ୍ରାମକୁ ସତର୍କ

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି: ନଦୀ ତଟବର୍ତ୍ତିି ଗ୍ରାମକୁ ସତର୍କ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଶନିବାର ଠାରୁ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଅଧୀନ ଦିଗପହଣ୍ଡିସ୍ଥିତ ଘୋଡାହାଡ ଜଳସେଚନ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯେକୌଣସି ମୁହୂର୍ତ୍ତରେ ଘୋଡାହାଡ ଡ଼୍ୟାମରୁ ସ୍ପିଲ୍ ୱେ ମୁଖ୍ୟ ଫାଟକ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ପାଣି ଛଡ଼ାଯିବ ବୋଲି ନଦୀ ତଟବର୍ତ୍ତୀ ଗୋଲଣ୍ଡା,ମଧୁବନ, ସେବକ ଟିକରପଡ଼ା,କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି,ଗୁମା, ପନାଡ,ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା ,ଆମ୍ବ ଗାଁ, ତିଳେଶ୍ୱର,ମହାନଳା, ପଳାଶପୁର,ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର, ଗ୍ରାମବାସୀଙ୍କୁ ସୋମବାର ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି।

ଡ଼୍ୟାମ ର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ଶନିବାର ସକାଳ ସୁଦ୍ଧା ଜଳଭଣ୍ଡାରରେ ୯୬ ଭାଗ ଅର୍ଥାତ୍ ୧୧୭.୩୦ ମିଟର ପାଣି ଗଚ୍ଛିତ ରହିଥିବା ଜଳସମ୍ପଦ ବିଭାଗ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସ ଜଣାଇଛନ୍ତି। ଡ଼୍ୟାମ ରୁ ନଦୀଗର୍ଭ କୁ ପାଣି ଛଡ଼ାଯିବ ବୋଲି ଜଳସମ୍ପଦ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ନିକଟସ୍ଥ ଥାନା ଓ ଦମକଳ କେନ୍ଦ୍ର ଗୁଡ଼ିକୁ ନୋଟିସ ର ଏକକିତା ନକଲ ପ୍ରେରଣ କରାଯାଇଥିବା ଜଣାପଡିଛି ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri