Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ ରାଙ୍କିଙ୍ଗ୍‌ ଉପରେ ମଧ୍ୟ ପଡ଼ିଛି। ନୂଆ ରାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ଶୁଭମନ ଗିଲ ଏବଂ ଷ୍ଟାର୍‌ ପେସର ଜସପ୍ରୀତ ବୁମ୍‌ରାଙ୍କୁ ଝଟକା ଲାଗିଛି।

ଅନ୍ୟପଟେ ଇଂଲଣ୍ଡର ଓଲି ରବିନସନ ଚମତ୍କାର ପ୍ରଦର୍ଶନ କରି ଟେଷ୍ଟ ବୋଲରଙ୍କ ଟପ୍‌-୫ରେ ପ୍ରବେଶ କରିଛନ୍ତି।

ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଓଲି ରବିନସନଙ୍କ ଦମଦାର ପ୍ରଦର୍ଶନ ତାଙ୍କୁ ରାଙ୍କିଙ୍ଗ୍‌ରେ ବଡ଼ ଫାଇଦା ଦେଇଛି। ସେ ମ୍ୟାଚରେ ମୋଟ ୨୭ ଓଭର ବୋଲିଂ କରି ଦୁଇଟି ଇନିଂସରେ ୮ଟି ଉଇକେଟ୍‌ ନେଇଥିଲେ। ଏହାପରେ ରବିନସନ ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନକୁ ଉଠିଛନ୍ତି। ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କୁ ଲଗାତାର ଦ୍ୱିତୀୟ ସପ୍ତାହରେ ଗୋଟିଏ ସ୍ଥାନର କ୍ଷତି ହୋଇଛି। ସେ ଏବେ ତୃତୀୟ ସ୍ଥାନକୁ ଖସିଛନ୍ତି। ତାଙ୍କ ଉପରକୁ ମ୍ୟାଟ ହେନରୀ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ବୁମରା ଭାରତର ଗତ ତିନୋଟି ଟେଷ୍ଟ ମ୍ୟାଚରୁ ବାହାରେ ରହିଛନ୍ତି। ମ୍ୟାଚ ନ ଖେଳିବାର ପ୍ରଭାବ ଏବେ ତାଙ୍କ ରାଙ୍କିଙ୍ଗ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ଙ୍କୁ ମଧ୍ୟ ବଡ଼ ଝଟକା ଲାଗିଛି। ଶ୍ରୀଲଙ୍କା ବିପକ୍ଷ ସିରିଜରେ ୩ଟି ଇନିଂସ୍‌ରେ ମାତ୍ର ୭୪ ରନ କରିଥିବା ଗିଲ ୨ଟି ସ୍ଥାନ ତଳକୁ ଖସି ଏବେ ନବମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ଭାରତ ପାଇଁ ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ଋଷଭ ପନ୍ତଙ୍କ ସ୍ଥାନ ଅପରିବର୍ତ୍ତିତ ରହିଛି। ସେ ସପ୍ତମ ସ୍ଥାନରେ ରହି ଭାରତର ଟପ୍‌ ଟେଷ୍ଟ ବ୍ୟାଟର ଭାବେ ରହିଛନ୍ତି।


Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri