Dailyhunt
ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନାରେ। ସ୍ଥାନୀୟ ଶିବ ମନ୍ଦିର ନିକଟରେ ଥିବା ପମ୍ପ ହାଉସ୍‌ରେ ବୁଧବାର ଭୋର ସମୟରୁ ମୋହନା ସହରର ବିଭିନ୍ନ ସାହିକୁ ଜଳ ଯୋଗାଣ ଚାଲିଥିଲା। ଯେଉଁ ପମ୍ପ୍‌ରେ ଜଳ ଯୋଗାଣ ଚାଲିଥିଲା ଦିନ ୧୦ ଘଣ୍ଟା ସମୟରେ ହଠାତ୍‌ ତାରଗୁଡିକରୁ ନିଆଁ ବାହାରି ମିଟର ସଟ୍‌ସର୍କିଟ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ସେଠାରେ ଥିବା ଅପରେଟର ପିତର ବିର ଅଳ୍ପକେ ବର୍ତ୍ତି ଯାଇଥିଲେ। ଜଳ ଯୋଗାଣର କର୍ମଚାରୀ ଜୟନ୍ତ ନାୟକ ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ ବିଭାଗକୁ ଖବର ଦେଇ ବିଦ୍ୟୁତ୍‌ କାଟ କରିଥିଲେ ହେଲେ ବିଦ୍ୟୁତ୍‌କାଟ ପୂର୍ବରୁ ଭିତରେ ଅଧିକାଂଶ ମେଶିନ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ମିଟର ଜଳିବା ଫଳରେ ମୋହନା ସହରରେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ପମ୍ପ୍‌ହାଉସରେ ଥିବା ମେଶିନ ଓ ମିଟରକୁ ତୁରନ୍ତ ମରାମତି କରି ସହରରେ ପାନୀୟ ଜଳ ଯୋଗାଇବା ପାଇଁ ଦାବି ହେଉଛି। ସବୁଠୁ ବଡ଼ କଥା ହେଉଛି ସେହି ପମ୍ପ୍‌ହାଉସ ରେ ପ୍ରଶାସନ ପକ୍ଷରୁ କୌଣସି ଅଗ୍ନି ନିରାପତ୍ତାର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କରାଯାଇନାହିଁ। ଏସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ଅତିଶୀଘ୍ର ମରାମତି କରାଯାଇ ଜଳ ଯୋଗାଣ କରାଯିବ ଓ ତଦନ୍ତ ଚାଲୁରହିଥିବା କହିଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri