Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା ବିପଦର ବନ୍ଧୁ, କବି ସମ୍ରାଟ ମିଡିଆ କ୍ଲବ, ରୋଟାରୀ କ୍ଲବ, ଜାତୀୟ ସେବା ଯୋଜନା ଶାଖା, ରେଡକ୍ରସ୍‌, ଏନସିସି ପ୍ରମୁଖ ସଂସ୍ଥାଗୁଡ଼ିକ ନିଃସ୍ବାର୍ଥପର ଭାବେ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି।

କିନ୍ତୁ ବର୍ତ୍ତମାନ ଗ୍ରୀଷ୍ମଋତୁ ଯୋଗୁ ବ୍ଲଡ଼ ବ୍ୟାଙ୍କରେ ରକ୍ତ ପ୍ୟାକେଟ ଅଭାବ ରହିଛି। ଶନିବାର ହାତଗଣତି କିଛି ପ୍ୟାକେଟ ରକ୍ତ ମହଜୁଦ ଅଛି। ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଦୈନଦିନ ଭଞ୍ଜନଗର ମେଡିକାଲକୁ ଶତାଧିକ ରୋଗୀ ଚିକିତ୍ସିତ ହେବାକୁ ଆସୁଛନ୍ତି। ଫଳରେ ସେଥିରୁ କିଛି ରୋଗୀଙ୍କୁ ରକ୍ତ ଆବଶ୍ୟକ ପଡୁଛି। ବ୍ଲଡ଼ ବ୍ୟାଙ୍କରେ ରକ୍ତ ମହଜୁଦ ନ ଥିବା ବେଳେ ଅନ୍ୟପଟେ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇପାରୁନାହିଁ। ଏହାର ପ୍ରଭାବ ରୋଗୀ ମାନଙ୍କ ଉପରେ ପଡୁଛି। ତେଣୁ ଅଞ୍ଚଳର ସ୍ବେଚ୍ଛାସେବୀ, ରକ୍ତଦାନ ଆୟୋଜନ କରୁଥିବା ସଂଗଠନଗୁଡ଼ିକ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଅନୁରୋଧ କରାଯାଇଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାର ଓ ଶନିବାର ଭଞ୍ଜନଗର ମେଡିକାଲରେ ଦୁଇଜଣ ସିକଲସେଲ ରୋଗୀଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା। କିନ୍ତୁ ବ୍ଲଡବ୍ୟାଙ୍କରେ ରକ୍ତ ନାହିଁ, ନୂତନ ରକ୍ତଦାତା ମିଳୁନାହାନ୍ତି। ଯାହାକୁ ନେଇ ରୋଗୀଙ୍କ ପରିବାର ଲୋକ ଚିନ୍ତାରେ ଥିଲେ। ଏହିଭଳି ପରିସ୍ଥିତିରେ ଅଞ୍ଚଳର ଜଣାଶୁଣା ଓମ୍‌ ସଙ୍ଗୀତ ଏକାଡ଼େମୀର ପରିଚାଳନା ନିର୍ଦ୍ଦେଶକ ତଥା କବି ସମ୍ରାଟ ମିଡିଆ କ୍ଲବର ସଭାପତି ପ୍ରଦୀପ ସାଇଁ ଜଣେ ରୋଗୀଙ୍କୁ ଗୋଟିଏ ରକ୍ତ ପ୍ୟାକେଟ ଦେବା ବ୍ୟବସ୍ଥା କରିଥିଲେ। ଆଉ ଗୋଟିଏ ପ୍ୟାକେଟ୍‌ ଅନ୍ୟ ଜଣେ ଯୁବକ ଦେଇଥିଲେ।
କବି ସମ୍ରାଟ ମିଡିଆ କ୍ଲବ କର୍ମକର୍ତ୍ତାମାନେ ଭଞ୍ଜନଗର ଅଞ୍ଚଳରେ ଏକାଧିକ ଥର ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କ ଜୀନ ରକ୍ଷାରେ ସହାୟକ ହେଉଛନ୍ତି। ବର୍ତ୍ତମାନ ମେଡିକାଲରେ ଆବଶ୍ୟକ ରକ୍ତର ଅଭାବ ପୂରଣ ପାଇଁ ନୂତନ ରକ୍ତଦାତାମାନେ ଆଗଭର ହୋଇ ଆଗକୁ ଆସିବା ପାଇଁ ସାଧାରଣରେ ନିଦେନ କରାଯାଇଛି।

ସୂଚନାଯୋଗ୍ୟ, ଭଞ୍ଜନଗର ବ୍ଲଡ୍‌ବ୍ୟାଙ୍କରେ ୩୬୦ ପ୍ୟାକେଟ୍‌ ରକ୍ତ ମହଜୁଦ ରଖିବା ବ୍ୟବସ୍ଥା ଅଛି। କିନ୍ତୁ ଆଜି ମାତ୍ର ୧୦ଟି ପ୍ୟାକେଟ୍‌ ଅଛି। ଆଜକୁ ୫୦ ଦିନ ହେବ ଆଉ କେଉଁଠି କ୍ୟାମ୍ପ ହୋଇନାହିଁ। ଯାହାକି ଚିନ୍ତାଜନକ ବିଷୟ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri