Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୁଗଲ୍‌ ପରେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ 'ଓଡ଼ିଆ'

ଗୁଗଲ୍‌ ପରେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ 'ଓଡ଼ିଆ'

ଭୁବନେଶ୍ୱର(ବ୍ୟୁରୋ),୧୫।୮: ଗୁଗଲ୍‌ ପରେ ଏବେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଯୋଡ଼ି ହୋଇଛି ଓଡ଼ିଆ। ମାଇକ୍ରୋସଫ୍ଟରେ ଓଡ଼ିଆ ଟେକ୍ସଟ୍‌ ଟ୍ରାନ୍ସଲେଶନକୁ ଯୋଗ କରାଯିବା ପରେ କମ୍ପାନୀ ଏନେଇ ଘୋଷଣା କରିଛି। ଓଡ଼ିଆମାନେ ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌, ମାଇକ୍ରୋସଫ୍ଟ ଅଫିସ୍‌, ଟ୍ରାନ୍ସଲେଟର ଫର୍‌ ବିଙ୍ଗ୍‌ ମାଧ୍ୟମରେ ଏହି ଓଡ଼ିଆ ଟ୍ରାନ୍ସଲେଟର ବ୍ୟବହାର କରିପାରିବେ। ସମଗ୍ର ବିଶ୍ୱରେ ୪.୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ଦ୍ୱାରା ବ୍ୟବହୃତ ଓଡ଼ିଆ ଭାଷା ଧୀରେ ଧୀରେ ଇଣ୍ଟରନେଟ୍‌ରେ ନିଜ ସ୍ଥିତି ମଜଭୁତ କରୁଛି। ଗୁଜରାଟୀ, ବଙ୍ଗଳା, ହିନ୍ଦୀ, କନ୍ନଡ଼, ମଲାୟଲମ୍‌, ମରାଠୀ, ପାବୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ ଏବଂ ଇଂଲିଶ ଭାଷା ପରେ ସାଧାରଣଭାବେ ବ୍ୟବହୃତ ଦ୍ୱାଦଶ ଭାରତୀୟ ଭାଷା ଭାବେ ଓଡ଼ିଆକୁ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଉପଲବ୍ଧ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri