Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇଣ୍ଡିଆନ ସୁପର ଲିଗ୍‌: କେରଳ- ଗୋଆ ମ୍ୟାଚ୍‌ ଡ୍ର

ଇଣ୍ଡିଆନ ସୁପର ଲିଗ୍‌: କେରଳ- ଗୋଆ ମ୍ୟାଚ୍‌ ଡ୍ର

ବାମ୍ବୋଲିମ୍‌,୨୪।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର କେରଳ ବ୍ଲାଷ୍ଟର୍ସ ଓ ଏଫ୍‌ସି ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ଏଥିସହ କେରଳ ଏ ପର୍ଯ୍ୟନ୍ତ ୧୩ଟି ମ୍ୟାଚ୍‌ ଖେଳି ୩ ବିଜୟ, ୫ ଡ୍ର ଓ ୫ ପରାଜୟ ସହ ୧୪ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି। ସେହିପରି ଗୋଆ ୧୩ଟି ମ୍ୟାଚ୍‌ ଖେଳି ୫ଟି ଲେଖାଏ ବିଜୟ ଓ ଡ୍ର, ୩ ପରାଜୟ ସହ ୨୦ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଗୋଆ ତରଫରୁ ପ୍ରଥମାର୍ଦ୍ଧରେ ଜର୍ଜ ଓର୍ଟିଜ ମେଣ୍ଡୋଜା ୨୫ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ରାହୁଲ କାନୋଲି ପ୍ରବୀଣ ୫୭ତମ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ତରକୁ ଆଣିଥିଲେ।

ଏହାପରେ ଉଭୟ ଦଳା ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେଇପାରି ନ ଥିଲେ। ଫଳରେ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଗୋଆ ପ୍ରଭାବ ବିସ୍ତାର କରି ଖେଳିଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲା। ବଲ୍‌ ପଜେଶନ, ପାସ, ପାସ୍‌ ଆକ୍ୟୁରେସିରେ ଗୋଆ କେରଳଠାରୁ ଯଥେଷ୍ଟ ଆଗରେ ଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri