Dailyhunt
IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ...

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ...

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ ଖେଳାଯାଉଛି। IPL ୨୦୨୬ ମଧ୍ୟରେ ଦକ୍ଷିଣ ଆଫ୍ରିକାର ତାରକା ବ୍ୟାଟସମ୍ୟାନ ରାସି ବେନ ଡର୍‌ ଡୁସେନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟରେ ସେ ଘୋଷଣା କରିଛନ୍ତି ଯେ ସେ ଆଉ ଦକ୍ଷିଣ ଆଫ୍ରିକା ଜର୍ସି ପିନ୍ଧି ଖେଳିବେ ନାହିଁ।

ଡାହାଣହାତୀ ଟପ-ଅର୍ଡର ବ୍ୟାଟସମ୍ୟାନ ରାସି ବେନ ଡର୍‌ ଗତ କିଛି ମାସ ଧରି ଦକ୍ଷିଣ ଆଫ୍ରିକା ଦଳରୁ ବାହାରେ ଥିଲେ। ନିକଟରେ ଦକ୍ଷିଣ ଆଫ୍ରିକା କ୍ରିକେଟର କେନ୍ଦ୍ରୀୟ ଚୁକ୍ତିନାମାରୁ ତାଙ୍କ ନାମ ଗାଏବ ହୋଇଯାଇଥିଲା। ଏବେ, ସେ ଇନଷ୍ଟାଗ୍ରାମରେ ଏକ ଲମ୍ବା ବାର୍ତ୍ତାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, 'ଗର୍ବ ଏବଂ କୃତଜ୍ଞତାର ସହିତ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ମୋର ଅବସର ଘୋଷଣା କରୁଛି। ପ୍ରୋଟିୟାସ ଜର୍ସି ପିନ୍ଧିବା ଆପଣଙ୍କ କ୍ଷମତା ଏବଂ ସମର୍ପଣର ପରୀକ୍ଷା କରେ, ଏବଂ ଏହା ଆପଣଙ୍କୁ ପୁରସ୍କୃତ ମଧ୍ୟ କରେ। ମୋ ଦେଶ ପାଇଁ ଖେଳିବା ମୋ ଜୀବନର ସର୍ବୋତ୍ତମ ସମ୍ମାନ। ଏଥିରେ ବହୁତ ସମର୍ପଣ ଲାଗିଥିଲା, ଏବଂ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେବା ପ୍ରତ୍ୟେକ ମୁହୂର୍ତ୍ତରେ ଗର୍ବର ବିଷୟ ହୋଇଛି।'


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri