Dailyhunt
ଜମ୍ମୁ-କଶ୍ମୀର ଆଇପିଏସ୍‌ ଅଫିସର ବସନ୍ତ ରଥ ନିଲମ୍ବିତ

ଜମ୍ମୁ-କଶ୍ମୀର ଆଇପିଏସ୍‌ ଅଫିସର ବସନ୍ତ ରଥ ନିଲମ୍ବିତ

ଶ୍ରୀନଗର,୮।୭: ଦୁର୍ବବ୍ୟହାର ଓ ଅସଦାଚରଣ ଅଭିଯୋଗରେ ଜମ୍ମୁ- କଶ୍ମୀରର ବରିଷ୍ଠ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅସଦାଚରଣ ଅଭିଯୋଗରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ କହିଛି। ସୂଚନାଯୋଗ୍ୟ, ମଙ୍ଗଳବାର ସାରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ୨୦୦୦ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବସନ୍ତ ରଥଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇ ଶ୍ରୀନଗରର ପୁଲିସ ମୁଖ୍ୟାଳୟରେ ତାଙ୍କୁ ଅବସ୍ଥାପିତ କରାଯାଉଛି। ଏଥିସହ ଜାମ୍ମୁ-କାଶ୍ମୀର ଡିଜିପିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ନ ଯିବାକୁ ବସନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବସନ୍ତ ସେଠାରେ ଇନ୍ସପେକ୍ଟର ଜେନେରାଲ ଭାବେ ନିଯୁକ୍ତ ହୋଇଥିଲେ। ନିକଟରେ ସେ ଜମ୍ମୁ କଶ୍ମୀରର ଡିଜିପିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏଥିସହିତ ଅନେକ ପ୍ରସଙ୍ଗରେ ମୁହଁ ଖୋଲିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri