Dailyhunt
ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଜି.ଉଦୟଗିରି, ୩୦।୪(ଚିନ୍ମୟ କୁମାର ସେଠି ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତ ଡକରିଙ୍ଗିଆ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଗାଁର ଛେଳି ଚରାଳି ଛେଳି ଚରାଉଥିବା ବେଳେ ଯୁବକଙ୍କ ଗଳିତ ମୃତଦେହ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗାଁ ଲୋକେ ଘଟଣାସ୍ଥଳରେ ପହଁଞ୍ଚି ମୃତ ଯୁବକଙ୍କୁ ଚିହିଁ ପାରି ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପରିବାର ଲୋକେ ଘଟଣାସ୍ଥଳରେ ପହଁଞ୍ଚି ନିଜ ପୁଅର ଶବ ଦେଖି ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ଜଣାପଡ଼ିଛି । ମୃତ ଯୁବକଙ୍କ ନାଁ କିରଣ ପ୍ରଧାନ, ବୟସ ୨୦। ବାପା ପ୍ରହ୍ଲାଦ ପ୍ରଧାନ,ଗ୍ରାମ ଡକରିଙ୍ଗିଆ (ପୁନି ନାଯୁ ) । ଖବରପାଇ ସ୍ଥାନୀୟ ପୋଲିସ ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ଖବର ଲେଖିବା ପର୍ଯ୍ୟନ୍ତ ମୃତଦେହ ସେହି ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଛି ।

Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri