Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା ସହିତ ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ଏଥର ଜନ୍ମାଷ୍ଟମୀ ରାତିରେ ଅନେକ ଶୁଭ ଗ୍ରହ-ନକ୍ଷତ୍ରର ସ୍ଥିତି ଏକାଠି ସୃଷ୍ଟି ହେଉଛି।

ଏହାକୁ ବହୁ ସମୟ ପରେ ସୃଷ୍ଟି ହେଉଥିବା ଏକ ବିଶେଷ ସଂଯୋଗ ବୋଲି କୁହାଯାଉଛି।

ବିଶ୍ୱାସ ରହିଛି ଯେ ଜନ୍ମାଷ୍ଟମୀର ମଧ୍ୟରାତ୍ରିରେ ରୋହିଣୀ ନକ୍ଷତ୍ର ସହିତ ହର୍ଷଣ ଯୋଗ ଏବଂ ସର୍ୱାର୍ଥ ସିଦ୍ଧି ଯୋଗର ପ୍ରଭାବ ରହିବ। ଧାର୍ମିକ ତଥା ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ଏହି ଯୋଗଗୁଡ଼ିକୁ ଶୁଭ ବୋଲି ଧରାଯାଏ। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଆରାଧନା, ବ୍ରତ, ଦାନ ଏବଂ ଶୁଭ ସଂକଳ୍ପ କରିବା ଦ୍ୱାରା ସକାରାତ୍ମକ ଫଳ ମିଳିପାରେ। ଯଦିଓ ଏହି ବିଶେଷ ସଂଯୋଗର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ରହିବ, ତଥାପି ୫ଟି ରାଶି ପାଇଁ ଏହି ସମୟ ବିଶେଷ ଭାବରେ ଲାଭଦାୟକ ସାବ୍ୟସ୍ତ ହୋଇପାରେ।

ପୌରାଣିକ କଥାବସ୍ତୁ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିର ମଧ୍ୟରାତ୍ରିରେ ହୋଇଥିଲା। ବିଶ୍ୱାସ ଅନୁଯାୟୀ, ତାଙ୍କ ଆର୍ୱିଭାବ ସମୟରେ ରୋହିଣୀ ନକ୍ଷତ୍ର ଥିଲା ଏବଂ ଚନ୍ଦ୍ର ବୃଷ ରାଶିରେ ଅବସ୍ଥାନ କରୁଥିଲେ। ଏହି କାରଣରୁ ଜନ୍ମାଷ୍ଟମୀରେ ରୋହିଣୀ ନକ୍ଷତ୍ର ଏବଂ ଅଷ୍ଟମୀ ତିଥିର ମିଳନକୁ ବିଶେଷ ମହତ୍ତ୍ୱ ଦିଆଯାଏ।

ଚଳିତ ବର୍ଷ ମଧ୍ୟ ଜନ୍ମାଷ୍ଟମୀ ଅବସରରେ ଅଷ୍ଟମୀ ତିଥି ସହିତ ରୋହିଣୀ ନକ୍ଷତ୍ର ଏବଂ କିଛି ଶୁଭ ଯୋଗର ସମନୱୟ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ରରେ ଏପରି ସଂଯୋଗକୁ ଧାର୍ମିକ ଅନୁଷ୍ଠାନ ଓ ଶୁଭ କାର୍ଯ୍ୟ ପାଇଁ ଅନୁକୂଳ ମନେକରାଯାଏ। ଏହି ଆଧାରରେ କିଛି ରାଶି ପାଇଁ ଉନ୍ନତି, ଆର୍ଥିକ ଲାଭ ଏବଂ ଅଟକି ରହିଥିବା କାମରେ ଗତି ଆସିବାର ସଙ୍କେତ ମିଳୁଛି। ଆସନ୍ତୁ ଜାଣିବା କେଉଁ ରାଶିଗୁଡ଼ିକ ପାଇଁ ଏହି ସମୟ ଶୁଭ ରହିବ।

ଏହି ୫ଟି ରାଶି ପାଇଁ ଶୁଭ ରହିବ ଜନ୍ମାଷ୍ଟମୀ

ବୃଷ ରାଶି
ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ଆର୍ଥିକ ଦୃଷ୍ଟିରୁ ଆଶ୍ୱସ୍ତି ଆଣିଦେଇପାରେ। ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ସୃଷ୍ଟି ହୋଇପାରେ। ଚାକିରିରେ ଆପଣଙ୍କ କାମର ପ୍ରଶଂସା ହେବ, ଅନ୍ୟପକ୍ଷରେ ବ୍ୟବସାୟୀମାନଙ୍କୁ ଲାଭଦାୟକ ସୁଯୋଗ ମିଳିପାରେ।

କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ଜନ୍ମାଷ୍ଟମୀ ମାନସିକ ଚାପ କମାଇବାରେ ସହାୟକ ହୋଇପାରେ। କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନର ସଙ୍କେତ ରହିଛି। ଚାକିରିଜୀବୀମାନଙ୍କୁ ପଦୋନ୍ନତି (ପ୍ରମୋସନ), ଦରମା ବୃଦ୍ଧି କିମ୍ୱା ମନପସନ୍ଦର ସୁଯୋଗ ମିଳିପାରେ। ପରିବାରରେ ମଧ୍ୟ ସୁଖ-ଶାନ୍ତିର ବାତାବରଣ ରହିବ।

ସିଂହ ରାଶି
ସିଂହ ରାଶିର ଲୋକଙ୍କ ଦୀର୍ଘ ଦିନର ଅଟକି ରହିଥିବା କାର୍ଯ୍ୟରେ ଗତି ଆସିପାରେ। ବିବାଦ କିମ୍ୱା ଆଇନଗତ ମାମଲାରେ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ନୂତନ ଦାୟିତ୍ୱ ଆତ୍ମବିଶ୍ୱାସକୁ ଦୃଢ଼ କରିବ।

ତୁଳା ରାଶି
ତୁଳା ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବାର ସଙ୍କେତ ରହିଛି। ଆୟର ନୂଆ ଉତ୍ସ ସାମ୍ନାକୁ ଆସିପାରେ। ନିବେଶ ସମ୍ୱନ୍ଧୀୟ ନିଷ୍ପତ୍ତି ଚିନ୍ତାକରି ନେଲେ ଭବିଷ୍ୟତରେ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ ଏବଂ ପରିବାର ପକ୍ଷରୁ କୌଣସି ଖୁସି ଖବର ମିଳିପାରେ।

ଧନୁ ରାଶି
ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ଭାଗ୍ୟର ସାଥ ନେଇ ଆସିପାରେ। ବିଦେଶ ଯାତ୍ରା, ଉଚ୍ଚ ଶିକ୍ଷା କିମ୍ୱା ବିଦେଶୀ ଅନୁଷ୍ଠାନ ସହ ଜଡ଼ିତ କାର୍ଯ୍ୟରେ ସଫଳତାର ସମ୍ଭାବନା ରହିଛି। ହଠାତ୍ ଧନଲାଭର ସୁଯୋଗ ମଧ୍ୟ ମିଳିପାରେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri