Dailyhunt
ଜାତୀୟ ପତାକା ନୁହେଁ ଧାର୍ମିକ ପତାକା

ଜାତୀୟ ପତାକା ନୁହେଁ ଧାର୍ମିକ ପତାକା

ନୂଆଦିଲ୍ଲୀ, ୨୭।୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଜାନୁଆରୀ ୨୬ ଦିନ ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଥିଲା। କେତେକ ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ପ୍ରବେଶ କରି ପତାକା ଉଡାଇଥିଲେ। ପ୍ରକୃତରେ ଏହା ଜାତୀୟ ପତାକା ନ ଥିଲା, ଏହା ଥିଲା ଗୁରୁଦ୍ୱାରାରେ ଉଡୁଥିବା କେଶର ରଙ୍ଗର ପତାକା 'ନିଶାନ ସାହିବ'। ତେବେ ମଙ୍ଗଳବାର ଲାଲ୍‌ କିଲ୍ଲାରେ ଉଡାଯାଇଥିବା ଏହି ପତାକାକୁ ନେଇ ବିବାଦ ଉପୁଜିଥିଲା।

ସୂଚନାଯୋଗ୍ୟ, ଜାନୁଆରୀ ୨୬ ତାରିଖରେ ଭୁଲବଶତଃ 'ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ଅନ୍ନଦାତା' ଶୀର୍ଷକ ଖବର ଧରିତ୍ରୀ ୱେବ ପୋର୍ଟାଲରେ ପ୍ରକାଶ ପାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri