Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଝଡ଼ବାତ୍ୟାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ, ୧୯୯୯ ମହାବାତ୍ୟାରେ...

ଝଡ଼ବାତ୍ୟାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ, ୧୯୯୯ ମହାବାତ୍ୟାରେ...

ହାକାଳପଡ଼ା,୧୭ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗର ଉପକୂଳ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ ଭାବେ ଜଣାଶୁଣା। ଏହି ଉପକୂଳବର୍ତ୍ତୀ ନଦୀ ସମୁଦ୍ର ଧାରେ ଧାରେ ପ୍ରାକୃତିକ ପରିବେଷ୍ଟିତ ଶୋଭା ବର୍ଦ୍ଧନ କରୁଛି ଲୁଣା ହେନ୍ତାଳ ଘଞ୍ଚ ଜଙ୍ଗଲ। ଏଥିରେ ବିଭିନ୍ନ ବନ୍ୟ ଜନ୍ତୁ ସହିତ ଦେଶୀ ବିଦେଶୀ ପକ୍ଷୀମାନଙ୍କ ସମାଗମ ହୋଇଥାଏ।

ଏହି ଲୁଣା ହେନ୍ତାଳ ଘଞ୍ଚ ଜଙ୍ଗଲ ସାମୁଦ୍ରିକ ବାତ୍ୟାକୁ ପ୍ରତିହତ କରିବାରେ ସକ୍ଷମ ହୋଇଥାଏ। ପ୍ରଥମେ ସାମୁଦ୍ରିକ ପବନର ବେଗ ଏହି ଜଙ୍ଗଲରେ ମାଡ଼ କରିଥାଏ। ପରେ ସ୍ଥଳଭାଗରେ ଏହାର ବେଗ ହ୍ରାସ ପାଏ ବୋଲି ପରିବେଶବିତ୍‌ ସୁବାସ ସ୍ବାଇଁ ମତ ରଖିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଭିତରକନିକାରେ ୬୭୨ ବର୍ଗ କି.ମି., ଗହୀରମଥାରେ ୨୮ ବର୍ଗ କି.ମି. ଓ ମହାକାଳପଡ଼ା ବନାଞ୍ଚଳରେ ୧୨୦୦ ବର୍ଗ କି.ମି. ପର୍ଯ୍ୟନ୍ତ ଲୁଣା ହେନ୍ତାଳ ବଣ ବୃଦ୍ଧି ପାଇଛି। ଏଥିରେ ରାଇ, ସୁନ୍ଦରୀ , ସିନ୍ଦୁକା, ଓରୁଅ, କାଳିଆଚୁଆଁ, କାଳିଆ ଖାଡ଼ି, ଗରାଣୀ ଓ ସିନ୍ଧିରୀ ଆଦି ଗଛ ରହିଛି।
ବିଶେଷକରି ବତୀଘର ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ସମେତ ଜମ୍ବୁ ଝାଉଁବଣ, ଗହୀରମଥା ତଣ୍ଡା ଜଙ୍ଗଲ, କଣ୍ଟିଲୋ ଲୁଣା ହେନ୍ତାଳ ଓ ସୁନୀତି ଲୁଣା ହେନ୍ତାଳ ଜଙ୍ଗଲରେ ଲକ୍ଷ ଲକ୍ଷ ଗଛ ପାଚେରୀ ଭାବେ ଜନ ଜୀବନ ରକ୍ଷା କରିବାରେ ସହାୟକ ହୋଇଥାଏ । ସେହିପରି ଏହି ଅଞ୍ଚଳରେ ୧୯୯୯ ମହାବାତ୍ୟାକୁ ଲୁଣା ହେନ୍ତାଳ ବଣ କିଛି ପରିଣାମରେ ରୋକିବାରେ ସକ୍ଷମ ହୋଇଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ମହାବାତ୍ୟା ପରବର୍ତ୍ତୀ ସମୟରେ ଉପକୂଳ ଅଞ୍ଚଳରେ ବହୁ ପରିମାଣରେ ବନାଞ୍ଚଳ ସୃଷ୍ଟି କରାଯାଇଛି। ତେବେ ଲୁଣା ଜଙ୍ଗଲ ଚେର ଗଭୀରକୁ ଯାଇ ଆଦ୍ରଭୂମିକୁ ମଜଭୂତ କରେ। ସେହିଭଳି ହେନ୍ତାଳ ବଣ ଖଜିରୀ ସଦୃଶ ଚେରୁଆ ହୋଇଥିବାରୁ ସହଜରେ ଝଡ଼ ତୋଫାନ ପ୍ରଭାବ ପଡି ନ ଥାଏ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri