Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଦାରିଙ୍ଗବାଡି, ୧।୯ (ଅରୁଣ ସାହୁ):ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ କରିଛନ୍ତି। ସେଠାରେ ସଭା ଓ ଶୋଭାଯାତ୍ରାରେ ସାମିଲ ହୋଇ ଡ୍ରାଇଭର ଏକତାକୁ ସୁଦୃଢ କରିବେ ଏଥି ସହ ସେମାନଙ୍କ ମୌଳିକ ଦାବି ଓ ରହିଥିବା ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଥିବା ଦାରିଙ୍ଗବାଡି ଡ୍ରାଇଭର ମହାସଂଘର ସମ୍ପାଦକ ରାହୁଲ ନାୟକ ସୂଚନା ଦେଇଛନ୍ତି।

ଉକ୍ତ ବ୍ଲକର ଡ୍ରାଇଭରଙ୍କ ମଧ୍ୟରେ ଭାଇଚାରାକୁ ସୁଦୃଢ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା, ଭତ୍ତା ଓ ବିଭିନ୍ନ ଦାବି ଉପରେ ଆଲୋଚନା ହେବ ବୋଲି ସ୍ଥାନୀୟ ଡ୍ରାଇଭରମାନେ କହିଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri