Dailyhunt
କାଳ ବୈଶାଖୀ ତାଣ୍ଡବ: ଉଡ଼ିଗଲା ୧୬୦ ଆଜବେଷ୍ଟସ ଛପର

କାଳ ବୈଶାଖୀ ତାଣ୍ଡବ: ଉଡ଼ିଗଲା ୧୬୦ ଆଜବେଷ୍ଟସ ଛପର

ନ୍ଦପୁର ୩।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ସଦର ମହକୁମାରେ ରବିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଝଡ଼ ତୋଫାନରେ ଏକ କୁକୁଡ଼ା ପାଳନ ଫାର୍ମର ଆଜବେଷ୍ଟସ ଛପର ଉଡି ଭାଙ୍ଗି ନଷ୍ଟ ହୋଇଯାଇଥିବା ଫାର୍ମ ମାଲିକ ତଥା ଚାଷୀ ଜଗଦୀଶ ଖରା ଅଭିଯୋଗ କରିଛନ୍ତି। ପବନର ବେଗ ଏତେ ଜୋର ଥିଲା ଯେ, ଫାର୍ମରେ ଲାଗିଥିବା ୧୬୦ଟି ଆଜବେଷ୍ଟସ୍‌ ଉଡ଼ି ଭାଙ୍ଗି ଯାଇଛି।

ଅନ୍ୟପକ୍ଷେ ଫାର୍ମରୁ ସପ୍ତାହକ ତଳେ କୁକୁଡ଼ା ବିକ୍ରି ହୋଇଯାଇଥିବାରୁ ଚାଷୀ ଅଧିକ କ୍ଷତିରୁ ବର୍ତ୍ତି ଯାଇଛନ୍ତି। ବ୍ୟକ୍ତିଗତ ଗୋ ସୁଗମ ତଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଋଣ ଆଣି ଜଗଦୀଶ ଫାର୍ମ ନିର୍ମାଣ କରିଥିଲେ। ବର୍ତ୍ତମାନ ଫାର୍ମର ସମ୍ପୂର୍ଣ ଛପର ନଷ୍ଟ ହୋଇ ଥିବାରୁ ଆଗକୁ କୁକୁଡ଼ା ଚିଆଁ ଆଣି ପାଳନ କରିବା କଷ୍ଟକର ହେବ ବୋଲି ଜଗଦୀଶ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri