Dailyhunt
କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ ଘରର ଛପର କଣା ହୋଇଯାଇଛି। ତୁରନ୍ତ କ୍ଷତିପୂରଣ ସହ, ସ୍ଥାୟୀ ଗୃହ, ରନ୍ଧା ଖାଦ୍ୟ,ପଲିଥିନ ଯୋଗାଇବା ଦାବିରେ ଦକ୍ଷିଣିପଶି, ମପୋଷି ସ୍ବାମ ଛକ ବ୍ଲକ ଛକରେ ରାସ୍ତାରୋକୋ କରିଛନ୍ତି କ୍ଷତିଗ୍ରସ୍ତ।

ପାଟଣା ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତର ବିଭିନ୍ନ ଗ୍ରାମର ଶତାଧିକ ଲୋକେ ପାଟଣା ବ୍ୟାଙ୍କ ଅଫ ଇଣ୍ଡିଆ, ମୁଖ୍ୟାଳୟ ବୈତରଣୀ ବ୍ରିଜ ନିକଟରେ ରାସ୍ତାରୋକ କରିଥିବା ବେଳେ ସ୍ବାମ ହନୁମାନ ଛକ ନିକଟରେ ଗୁଳୁଦିପଶି, ସ୍ବାମ ଝାଟିପଡା ଅଞ୍ଚଳବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ଅନ୍ୟ ଅଞ୍ଚଳରେ ପଲିଥିନ ଯୋଗାଇ ଦିଆ ଯାଇଥିବା ବେଳେ ବଡ଼ ପାଟଣା ପଞ୍ଚାୟତବାସୀଙ୍କୁ ପଲିଥିନ ଯୋଗାଇ ଦିଆ ଯାଇ ନ ଥିବା ପ୍ରଶାସନ କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚି ନ ଥିବା ଅଭିଯୋଗ ଆଣି ରାସ୍ତାରୋକ କରିଛନ୍ତି କ୍ଷତିଗ୍ରସ୍ତ। ରାସ୍ତାରୋକଯୋଗୁ ଉତ୍ତେଜନା ଦେଖାଦେବା ସହ ଗାଡମୋଟର ଚଳାଚଳ ବ୍ୟାହତ ହୋଇଛି। ଘଟଣା ସ୍ଥଳରେ ପୁର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, କଂଗ୍ରେସ ଏମ୍‌ପି ପ୍ରାର୍ଥୀ ବିନୋଦ ବିହାରୀ ନାଏକ ଆନ୍ଦୋଳନକାରୀଙ୍କ ସହ ସ୍ବାମ ହନୁମାନ ଛକରେ ମଧ୍ୟ ମାନସ କୁମାର ଦାଣ୍ଡପାଟ, ତହସିଲଦାର ଅଶ୍ୱିନୀ କୁମାର୍‌ ନାଏକଙ୍କ ଉପସ୍ଥିତିଶ୍‌ରେ ଆନ୍ଦୋଳନକାରୀ ଲୋକଙ୍କୁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଚି।

ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ ଲୋକଙ୍କୁ ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁକୁ ନିର୍ଦ୍ଦେଶ ଦେବା ସହ କ୍ଷତି ଗ୍ରସ୍ତ ହୋଇ ବୁଧବାର ସ୍କୁଲ ବନ୍ଦ ହୋଇଥିବା ଜିଏନ୍‌ ହାଇସ୍କୁଲ ସହ ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। କ୍ଷତିଗ୍ରସ୍ତ ପ୍ରତ୍ୟେକ ପରିବାରକୁ ଡିଏମଏଫ ଫଣ୍ଡରୁ ଘର ସହ ପ୍ରତେକ ପରିବାରକୁ ଏକ ଲକ୍ଷ ଟଙ୍କା ଦାବି କରିଛନ୍ତି ସ୍ବାମ ବାସିନ୍ଦା ରାଜବଲ୍ଲଭ ମିଶ୍ର। ଘଟଣାସ୍ଥଳରେ ପାଟଣା ବଡିଓ ମାନସ କୁମାର ଦଣ୍ଡପାଟ ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକ ପହଞ୍ଚିି ୩ ଦିନ ଭିତରେ ସମସ୍ତ ଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ବାମ ହନୁମାନ ଛକରୁ ରାସ୍ତାରୋକ ହଟିଥିଲା। କାଳ ବୈଶାଖୀର କରାଳ ରୂପରେ ପାଟଣା ଅଞ୍ଚଳ ବେହାଲ ହୋଇଥିବା ବେଳେ, ଏଭଳି ବିପର୍ଯ୍ୟସ୍ତ ଅଞ୍ଚଳରେ ପ୍ରଥମ ବୋଲି ଅଞ୍ଚଳବାସୀ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri