Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କାର୍‌ ଶୋ' ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

କାର୍‌ ଶୋ' ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ' ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ'ରୁମ୍‌ ଭିତରେ ଥିବା ୩୦ଟି ନୂଆ କାର୍‌, ୮ଟି ମରାମତି ପାଇଁ ଆସିଥିବା କାର୍‌ ଓ ସରଞ୍ଜାମ ସବୁକିଛି ଜଳି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୧୦ କୋଟି ଟଙ୍କାର ଗାଡ଼ି ପୋଡ଼ି ଯାଇଥିବା ଅନୁମାନ କରାଯାଉଛି।

ଅନ୍ୟପଟେ ମରାମତି ପରେ ଶୋ' ରୁମ୍‌ ବାହାରେ ଥିବା ଗାଡ଼ିଗୁଡ଼ିକ ସୁରକ୍ଷିତ ଥିବା ଦେଖିବାକୁ ମିଳିଛି। ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ କହିବା ମୁତାବକ ସକାଳ ୫ଟାରେ ନିଆଁ ସହ ଧୂଆଁ ବାହାରୁଥିବା ଦେଖିଥିଲେ। ତତ୍‌କ୍ଷଣାତ୍‌ ଅଗ୍ନିଶମ ବାହିନୀକୁ ଏନେଇ ଖବର ଦେଇଥିଲେ। ସୂଚନା ଆଧାରରେ ଅଗ୍ନିଶମ ବାହିନୀର ୩ଟି ଦଳ ସହ ଷ୍ଟାଇକିଂ ଟିମ୍‌ ପହଞ୍ଚିଥିଲେ। ଅତ୍ୟାଧୁନିକ ସେନ୍ସରରେ ଶୋ' ରୁମ୍‌ ଲକ୍‌ ଥିବା କାରଣରୁ ସଟରକୁ ଭାଙ୍ଗି ଭିତରକୁ ପ୍ରବେଶ କରି ନିଆଁକୁ ଆୟତ୍ତ କରିଥିବା ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳେଇ ସୂଚନା ଦେଇଛନ୍ତି। ଆଜିର ଅପରେଶନରେ ରୋବୋଟିକ୍‌ ମନିଟର ବ୍ୟବହାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଏହା ସହ ଶୋ' ରୁମ୍‌ର କ୍ଷୟକ୍ଷତି ଆକଳନ କରିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ସୂଚନା ପ୍ରକାରେ ପୂର୍ବରୁ ଅନେକବାର ସହରର ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ଦୁର୍ବଳ ଅଗ୍ନି ନିର୍ବାପକ ଭିତ୍ତିଭୂମି ଦୁର୍ବଳ ନେଇ ପ୍ରସଙ୍ଗ ଉଠାଯାଉଛି। ସରକାରୀ ନିୟମ ଆଳରେ ଅନୁଷ୍ଠାନଗୁଡ଼ିକ ଏହାକୁ ହେୟଜ୍ଞାନ କରୁଥିବା ଦେଖିବାକୁ ମିଳିଛି। ଆଜିର ଘଟଣା ଅନ୍ୟମାନଙ୍କ ପାଇଁ ସତର୍କ ଘଣ୍ଟି, ଆଗାମୀ ଦିନରେ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ କଡ଼ାକଡ଼ି ନ କଲେ ନିୟମିତ ଏପରି ଧନଜୀବନ ନଷ୍ଟ ହେବା ବୋଲି ସାଧାରଣରେ ଆଲୋଚନା ହେଉଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri