Dailyhunt
'କର୍ମ  ହିଁ ମାନବ ଜୀବନର ମାନଦଣ୍ଡ': ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ...

'କର୍ମ ହିଁ ମାନବ ଜୀବନର ମାନଦଣ୍ଡ': ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ...

ଦିଗପହଣ୍ଡି,୩୦|୪ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମ ସ୍ଥିତ ପିଏମଶ୍ରୀ ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗୁରୁବାର ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ବିଆରସିସି ରୀତାଞ୍ଜଳି ରଥ, ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାୟକ, ପାଟପୁର ବିଜ୍ଞାନ କଲେଜ ରସାୟନ ବିଜ୍ଞାନ ଅଧ୍ୟାପକ ଡ.

କୈଳାସ ଚନ୍ଦ୍ର ସ୍ୱାଇଁ ,ଏବିଓ ଶୁକଦେବ ମଲ୍ଲିକ, କିରାଣୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ସମସ୍ତ ସିଆରସିସି ବିଭିନ୍ନ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ,ବିଆରସିସି ଏବଂ ଗଞ୍ଜାମ ଓ ଗଜପତି ଜିଲା ଅଧିନ ଅନେକ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ।

ଗତ ୧୯୮୭ ମସିହାରୁ କୋରେଶୁ ସେଠୀ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଗତ ୨୦୧୮ଠାରୁ ସେ ଗୋଷ୍ଠୀଶିକ୍ଷାଧିକାରୀ ଭାବେ ବିଭିନ୍ନ ବ୍ଲକରେ କାର୍ଯ୍ୟକାରୀ ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ଶୈକ୍ଷିକ ଭିତ୍ତିଭୂମିର ବିକାଶ, ପ୍ରଶାସନିକ ଦିଗଦର୍ଶନ ତଥା ଆନୁଷ୍ଠାନିକ ମହୋତ୍ସବ ପରିଚାଳନା କ୍ଷେତ୍ରରେ ଥିଲେ ସିଦ୍ଧହସ୍ତ । ସେ ଜଣେ କର୍ତ୍ତବ୍ୟନିଷ୍ଠ ,ନୀତିନିଷ୍ଠ , ସମୟାନୁବର୍ତ୍ତି ,ଛାତ୍ରବତ୍ସଳ ଶିକ୍ଷକ ଭାବେ ପରିଚିତ ଥିଲେ ବୋଲି ଅତିଥିବୃନ୍ଦ ମତପ୍ରକାଶ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟ ୨ ଜଣ ବିଶିଷ୍ଟ ସୁନାମଧନ୍ୟ ଶିକ୍ଷକ ସୂର୍ଯ୍ୟ ନାରାୟଣ ସୁଆର ଓ ଜାଗିଲି ପଢ଼ିଆଳି ଙ୍କୁ ମଧ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କର୍ମ ହିଁ ମାନବ ଜୀବନର ମାନଦଣ୍ଡ। ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ଥିଲେ ଜଣେ କର୍ମବୀର ବୋଲି ପ୍ରାଧ୍ୟାପକ ଡ. କୈଳାସ ଚନ୍ଦ୍ର ସ୍ୱାଇଁ ନିଜ ବକ୍ତବ୍ୟରେ କହିଥିଲେ।

ସେ ଗଞ୍ଜାମ ଗଜପତି ଜିଲାର ଅନେକ ଉପାନ୍ତ ଅନୁସୂଚିତ ଜାତି ଜନଜାତି ଅଧ୍ୟୁଷିତ ଅଞ୍ଚଳ ବୁଲି ବହୁ ଗାଁର ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ସ୍କୁଲରେ ପୁଣି ଥରେ ସେମାନଙ୍କ ନାମ ଲେଖାଇ ସୁନାମ ଅର୍ଜନ କରିଥିଲେ ବୋଲି ଅନେକ ଶିକ୍ଷୟତ୍ରୀ ଶିକ୍ଷକ ସଭାରେ ଉଦବୋଧନ ଦେଇଥିଲେ। ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ , ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ବୃନ୍ଦ ଓ ବହୁ ସଂଖ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ସଭାରେ ଉପସ୍ଥିତ ଥିଲେ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri