Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଟକ ଏସ୍‌ସିବି ମେଡିକାଲରେ ୧୦୦ ୟୁନିଟ ପ୍ଲାଜମା ସଂଗ୍ରହ

କଟକ ଏସ୍‌ସିବି ମେଡିକାଲରେ ୧୦୦ ୟୁନିଟ ପ୍ଲାଜମା ସଂଗ୍ରହ

କଟକ ଅଫିସ,୫।୮: କଟକ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପ୍ଲାଜମା ସଂଗ୍ରହ ୧୦୦ ୟୁନିଟ ଛୁଇଁଛି। କରୋନା ଗୁରୁତର ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଉଛି। ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି, ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯାଉଛି।
ପ୍ରକାଶ ଯେ, ଗତ ୧୫ ତାରିଖରେ ଏସ୍‌ସିବିରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା। କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଠାରୁ ଆରମ୍ଭକରି ସୁସ୍ଥ ହୋଇଥିବା ବହୁ ବ୍ୟକ୍ତି ପ୍ଲାଜମା ଦାନ କରୁଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri